ଘାରିବା
ଘାରିବା
ଉଚ୍ଚାରଣ
ସମ୍ପାଦନାଧ୍ୱନି | (file) |
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - କ୍ରି. (ସଂସ୍କୃତ - ଘୂର୍ଣ୍ଣ ଧାତୁ)
ସମ୍ପାଦନା- ୧. (ସକର୍ମକ) ଘୂର୍ଣ୍ଣନ କରାଇବା; ଘୁରାଇବା — ୧. To cause a thing to whirl.
- ୨. (ଅକର୍ମକ) ଘୁର୍ଣ୍ଣିତ ହେବା —୨. To reel.
ବିଷରୁ ବିଷମ ସ୍ଥୂଳଜଂଘ ଶର ଘାରିବେ ଶିବ ହୋଇଲେ— ଭଞ୍ଜ. ବୈଦେହୀଶବିଳାସ
- ୩. (ଅକର୍ମକ) ଘାଲିବା; ନିଦ୍ରାଯୁକ୍ତ ହେବା; ଢୁଳାଇବା — ୩. To dose; to nob.
ଧନୁଶର ଧରି ସିଚିତ୍ରାନନ୍ଦନ ସେହୁ ଘାରିଲେ— ବିଶ୍ୱନାଥ. ବିଚିତ୍ରରାମାୟଣ
- ୪. (ସକର୍ମକ) ଘାରି ପକାଇବା (ଦେଖ) - ୪. Ghāri pakāibā (See)
ଏ ବଡ଼ ବିଷମ ବିଷ! ଯାଇ ତୀବ୍ର ତେଜ ଅନ୍ୟେ ଘାରି ତହୁଁ ଦୁଷ୍ଟ ଆପେ ହୁଏ ଘାରି—ରାଧାନାଥ. ମହାଯାତ୍ରା!
- ୫. (ସକର୍ମକ) ମୋହିତ କରିବା; ସଂଜ୍ଞାହୀନ ବା ଅଚେତନ କରିବା —୫. To enchant; to fascinate; to cause loss of sensation.
ଘାରି ଦେଲୁ କି ରସେ—କବିସୂର୍ଯ୍ୟ ସଙ୍ଗୀତ
- ୬. (ଅକର୍ମକ) (ନିଦ୍ରା, ମୋହ ଆଦିଦ୍ୱାରା) ଅଭିଭୂତ ହେବା —୬. To be overpowered (with drowsiness).
- ୭. (ସକର୍ମକ) ମୁଣ୍ଡ ବା ଦେହକୁ ଘୁରାଇବା ବା ବୁଲାଇବା —୭. To cause the body or head to reel or spin round.
- ୮. (ସକର୍ମକ)—ମୁଗ୍ଧ କରିବା —୮. To charm.
- ୯. (ସକର୍ମକ)— ଉନ୍ନତ୍ତ କରିବା — ୯. To madden.
- ୧. (ସକର୍ମକ) —ଉତ୍ତେଜିତ କରିବା — ୧୦. To excite.
=== ପ୍ରାଦେଶିକ - (ସମ୍ୱଲପୁର) କ୍ରି.
(ଚନ୍ଦନ) ଘୋରିବା —To rub.
[ଦ୍ରଷ୍ଟବ୍ୟ —ଘାରିବା କ୍ରିୟାର ଅସମାପିକା ସଙ୍ଗେ କର୍ତ୍ତୃବାଚ୍ୟରେ ହେବା, ପକାଇବା ଓ କର୍ମବାଚ୍ୟରେ ହେବା କ୍ରିୟା ଯୁକ୍ତ ହୁଏ]