ଗୋଲାପ

ଉଚ୍ଚାରଣ

ସମ୍ପାଦନା

=== ବୈଦେଶଜ - ବିଶେଷ୍ୟ - (ଫରାସୀ - ଗୁଲାବ୍)—

  • ସଂସ୍କୃତ - ନାମ—ଶତପତ୍ରୀ, କୁବ୍ଲକ, ପାଟଳୀ, କଣ୍ଟକାତ୍ୟ, ବୃତ୍ତପୁଷ୍ପ
  • ବଙ୍ଗାଳୀ: গোলাপ, গোলাব
  • ହିନ୍ଦୀ: गुलाब
୧. ସ୍ୱନାମ ପ୍ରସିଦ୍ଧ ଉଦ୍ୟାନଜାତ ପୁଷ୍ପ ଓ ତହିଁର କଣ୍ଟକମୟ ଗୁଲ୍ମ ୧. Rose; rosa; Rosa Centi folia; Rosa Damascena.

[ଦ୍ରଷ୍ଟବ୍ୟ —ଶତାଧିକ ଜାତିର ଗୋଲାପ ଅଛି, ତହିଁ ମଧ୍ୟରୁ ପ୍ରାୟ ୩ ଜାତି ଗୋଲାପ ପ୍ରସିଦ୍ଧ ପୃଥିବୀର ଉତ୍ତର ଗୋଲାର୍ଦ୍ଦରେ ୧୧: ଡିଗ୍ରିଠାରୁ ୭ ଡିଗ୍ରି ଅକ୍ଷାଂଶ ପର୍ଯନ୍ତ ଅଞ୍ଚଳରେ ଏ ଗୁଲ୍ମ ଜନ୍ମେ ଭାରତବର୍ଷରେ ଅତି ପ୍ରାଚୀନ କାଳରେ ଗୋଲାପ ଗୋଛ ବା ଫୁଲର ବୃଦ୍ଧି ହେଉ ନ ଧିଲା କିନ୍ତୁ ବହୁ ଦିନରୁ ଏହା ଭାରତ ବର୍ଷକୁ ଅଣାଯାଇ ଉଦ୍ୟାନମାନଙ୍କରେ ଲଗା ହୋଇ ଆସୁଅଛି କାଶ୍ମୀର ଓ ଭୂଟାନଗର ଏକ ପ୍ରକାର ହଳଦିଆ ଫୁଲବିଶିଷ୍ଟ ଗୋଲାପଗଛ ବଣରେ ଦେଖାଯାଏ ବଣଗୋଲାପ ଫୁଲରେ ୪/୫:ଟି ପାଖୁଡା ଥାଏ, କିନ୍ତୁ ବଗିଚାରେ ଉନ୍ନତ ପ୍ରଣାଲୀ ଅବଲମ୍ୱନ କରାଯାଇ କୃଷି କରାଯିବାରୁ ଫୁଲର ପାଖୁଡାସଂଖ୍ୟା ବଢୁଅଛି ଓ କେଶରର ପରିମାଣ କମୁଛି ଗୋଲାପ ଗଛ କଣ୍ଟାମୟ ବଡ଼ ଗଛରୁ କଲମ କରି ଓ ଭିନ୍ନ ଭିନ୍ନ ଜାତୀୟ ଗଛର ସଂମିଶ୍ରଣ କରି ନାନା ବର୍ଣ୍ଣର ସୁବାସିତ ଗୋଲାପ ଫୁଲ ଉଦ୍ମାଦିତ ହେଉଅଛି ଧଳା, ହଳଦିଆ, ନାଲି ରଙ୍ଗ ଓ ରଙ୍ଗର ଗାଢ଼ତା ଓ କ୍ଷୀଣତା ଭେଦରେ ଓ ସୁବାସ ଭେଦରେ ଗୋଲାପ ନାନା ପ୍ରକାର ଋତୁ ଅନୁସାରେ ଫୁଲ ଫୁଟିବା ଭେଦରେ ଗୋଲାପ ୨ ପ୍ରକାରର; ସଦାଗୋଲାପ ଓ ଚଇତା ଗୋଲାପ ଚଇତା ଗୋଲାପର ସୁଗନ୍ଧ ବେଶି ଓ ସେଥିରୁ ଅତର ଓ ଗୋଲାପପାଣି ତିଆରି କରାଯାଏ ବସୋରା ଓ ଡାମସ୍କସ୍ ଓ ଦେଶାଗତ ଗୋଲାପଫୁଲ ଅତର ନିମନ୍ତେ ପ୍ରସିଦ୍ଧ ଭାରତରେ ଗାଜୀପୁରଠାରେ ଅତର ଓ ଗୋଲାପପାଣି ପାଇଁ ଗୋଲାପର କୃଷି ହୁଏ କଥିତ ଅଛି ଯେ ମୋଗଲ ସମ୍ରାଟ ଜାହାଙ୍ଗୀରଙ୍କ ରାଣୀ ନୂରଜାହାନ୍ ଖ୍ରୀଷ୍ଟାବ୍ଦ ୧୬୧୨: ସାଲରେ ତାଙ୍କ ବିବାହ ସମୟରେ ଗୋଲାପ ଫୁଲରୁ ଅତର ବାହାର କରିବା କୌଶଳ ପ୍ରଥମେ ଆବିଷ୍କାର କରିଥିଲେ ବାବର୍ (ଖ୍ରୀ. ୧୬ଶ ଶତାବ୍ଦୀ) ଓ ରସିଉଦ୍ଦିନ୍ଙ୍କ (ଖ୍ରୀ. ୧୪ଶ ଶତାବ୍ଦୀ) ଲେଖାରେ ଭାରତବର୍ଷରେ ଗୋଲାପ ଗଛ ବଗିଚାରେ ଲଗାଯାଉ ଥିବାର ଲେଖାଅଛି ଗୋଲାପ ଫୁଲ ସୌନ୍ଦର୍ଯ୍ୟ ଓ କୋମଳତା ପାଇଁ ପ୍ରସିଦ୍ଦ ହିନ୍ଦୀ - ଶବ୍ଦସାଗର]

୨. (ଫରାସୀ - ଗୁଲ=ଫୁଲ+ଆବ୍=ପାଣି)—ଗୋଲାପପାଣି — ୨. Rose water.



  • (file)