ଗୁଡ଼
ଗୁଡ଼
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (ଗୁ ଧାତୁ=ଶଦ୍ଦ କରିବା+କର୍ତ୍ତୃ. ଡ)
ସମ୍ପାଦନା- ୧. ଇକ୍ଷୁ ରସରୁ ପ୍ରସ୍ତୁତ ମିଷ୍ଟା ଦ୍ରବ୍ୟବିଶେଷ — ୧. Molasses; treacle; raw sugar.
[ ଦ୍ର—ଆଖୁ ରସ ବା ଦୋରୁଅକୁ ଆଉଟି ବହଳ କରି ଏହା ପ୍ରସ୍ତୁତ କରାଯାଏ ଭେଲି ଗୁଡ଼, ଛେଦା ବା ଛେଦରା ଗୁଡ଼ ଓ ଝରା ଗୁଡ଼ ଏପରି ୩ ପ୍ରକାର ଗୁଡ଼ ହୁଏ]
- ୨. ହସ୍ତୀର ସଜ୍ଜା — ୨. Equipments for an elephant.
- ୩. ଗ୍ରାସ —୩. Eating.
- ୪. (ଗଡୁ ଧାତୁ+କର୍ତ୍ତୃ. ଅ)— ଗୋଲକ; ଗୋଲାକାର ବସ୍ତୁ —୪. Round ball.
- ୫. ଖେଳିବାର ପେଣ୍ଡୁ —୫. Play-ball.
ଗ୍ରାମ୍ୟ - ବିଶେଷ୍ୟ - (ଶିଶୁରଞ୍ଜନ ଭାଷା)
ସମ୍ପାଦନାବାଳକମାନଙ୍କର ଲିଙ୍ଗ — An infant boy's penis.
ଦେଶଜ - ବିଶେଷଣ -
ସମ୍ପାଦନାମିଷ୍ଟ —Sweet.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ତୁଳ ଆସାମୀ ଗୁଡ଼=ଗୁଣ୍ଡ)
ସମ୍ପାଦନା- ୧. ଗୁଣ୍ଡ —୧. Powder; dust.
- ୨. (ବାଲେଶ୍ୱର; ଗୋ ସ୍ଥାନରେ ଗୁ ଉଚ୍ଚାରଣ) ବି— ଗୋଡ଼ —୨. Leg.
- ୩. (ଗଡ଼ଜାତ) ବି—ଖେଳରେ ହାରିବା ଲୋକ ନେବା ବୋଝ —୩. Beat received by the defeated party.