ଗୁଞ୍ଜିବା
ଗୁଞ୍ଜିବା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - କ୍ରିୟାପଦ - (ସଂସ୍କୃତ - ଚୁଞ୍ଜ ଧାତୁ)
ସମ୍ପାଦନା- ୧. ଗୁଣୁଗୁଣୁ ଶଦ୍ଦ କରିବା — ୧. To hum.
ବିହଙ୍ଗମିଥୁନେ କୂଜନ୍ତି, ମତ୍ତ ମଧୂପ ଯେ ଗୁଞ୍ଜନ୍ତି—ଜଗନ୍ନାଥ. ଭାଗବତ
- ୨. (ତୁଳ. ଫରାସୀ - ଗୁଂଜାନ୍=ଘନ; ଅବିରଳ; ଗୁଂଜାଇସ୍= ସ୍ଥାନ; ଜାଗା; ସୁବିଧା)—କୌଣସି ପଦାର୍ଥକୁ ଅନ୍ୟ ପଦାର୍ଥମାନଙ୍କ ମଧ୍ୟରେ ଠେଲି ପୂରାଇବା —୨. To thrust or force a thing into other things.
- ୩. ଦୁଇଟି ଲେଖା ମଧ୍ୟରେ ନୁଆ ଲେଖା ପୂରାଇବା — ୩. To interpolate.
- ୪. (ସଂସ୍କୃତ - ଗୂହ ଧାତୁ=ଗୋପନ କରିବା) କୌଣସି ପଦାର୍ଥକୁ ଗୁପ୍ତ ସ୍ଥାନରେ (ଅଣ୍ଟାରେ, ଲୁଚା ଭିତରେ) ଲୁଚାଇବା — ୪. To secrete a thing.
- ୫. (ଲକ୍ଷଣାର୍ଥ) ଅନିଚ୍ଛାସର୍ତ୍ତ୍ୱେ ବା ଅଯାଚିତଭାବରେ କୌଣସି ବ୍ୟକ୍ତିକୁ କୌଣସି ପଦାର୍ଥ ଦେବା — ୫. To force a thing to a person unasked or against his consent.
(ଯଥା—ବାଳୁତବିଧବାଠେଇଁ ଗାଁଆଁବାଲା ଗୋଟାଏ ପୁଅ ଗୁଞ୍ଜିଦେଲେ)