ଗମିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ସଂସ୍କୃତ - ଗମ ଧାତୁ) ସମ୍ପାଦନା

୧. ଗତି କରିବା; ଗମନ କରିବା — ୧. To go; To move.

ଋତୁପର୍ଣ୍ଣ ରଥ ଗମିଲା ଅତିଶୟେ—କୃଷ୍ଣସିଂହ. ମହାଭାରତ. ବନ

୨. (ଲକ୍ଷଣାର୍ଥ) ପ୍ରବେଶ କରିବା —୨. To enter.

ଧୀମନ୍ତ ଯୁଧିଷ୍ଠିର ସଙ୍ଗତେ ପୁରଜନ ବନ ମଧ୍ୟେ ଗମିବାକୁ କଲେ ମନ—କୃଷ୍ଣସିଂହ. ମହାଭାରତ. ଆଦି

୩. ପାଠକରିବା —୩. To read; to peruse.
୪. ବୁଝିବା; କୌଣସି ବିଷୟକୁ ଉତ୍ତମ ରୂପେ ବୋଧ କରିବା — ୪. To understand a thing; to comprehend.

ଗମି ଗମି ନ ପାରନ୍ତି ବେଦ ବେଦାନ୍ତରେ—ପ୍ରାଚୀ. ବ୍ରହ୍ମନିରୂପଣଗୀତା

୫. ଧାରଣା କରିବା —୫. To realise.

ବିଷୟ ଅନ୍ତରେ ମନ ନଗମିବା ପାଇଁ ତେଣୁ କରି ମଧ୍ୟରେ ଅନ୍ତର ରଖି ନାହିଁ ଶିଶୁଶଙ୍କର. ଉଷାଭିଳାଷ

୬. (କାଳ) ଗତ ହେବା ବା ଅତିବାହିତ ହେବା — ୬. To expire (time; to pass).
୭. (କାଳ) କଟାଇବା ବା ଅତିବାହିତ କରିବା — ୭. To spend (time).

ଦିନ ଗମଇ ଦହି ଖେଦ ହୁତାଶେ—ରାଧାନାଧ,ମେଘଦୂତ

୮. ଅନୁଭବୀ ବା କୁଶଳୀ ହେବା — ୮. To be versed or experiensed in.

(ଯଥା—ସେ ଅମୁକ କାମରେ ଗମି ଗଲାଣି)

୯. ଗମ ହେବା; ଫିମ୍ଫି ମାରିବା — ୯. To become mouldy or stale.

ବୈଦେଶିକ - (ଆରବୀ - ଗୁମ୍ନା) ସମ୍ପାଦନା

ହଜିବା; ଗୁମିବା — To be missing.