ଗନ୍ତା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଗନ୍ତ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଗମ୍+ କର୍ତ୍ତୃ. ତୃ ୧ମା ୧ବ) ସମ୍ପାଦନା

୧. ଯେ ଗମନ କରିଅଛି ବା ଯିବ — ୧. (a person) Who has gone or will go.
୨. ପ୍ରାପ୍ତିଶୀଳ —୨. Attainer.
୩. ଗମନଶୀଳ; ଗମ୍ୟମାନ —୩. Moving.
୪. ଭ୍ରମଣକାରୀ —୪. Travelling.
୫. ସ୍ତ୍ରୀସହବାସକାରୀ — ୫. Having sexual intercourse with a woman.
୬. ଯେ ଗୋଡ଼ରେ ଚାଲି ଗତି କରେ — ୬. Walking.

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଏକପ୍ରକାର କୁରୁତା (ଏ କୁରୁତାର ଦୁଇ କଡ଼ରେ ପଟି ବା କବାଟିରେ ଡ଼ୋରି ଲାଗି ଥାଏ; କୁର୍ତ୍ତାକୁ ଦେହରେ ପିନ୍ଧି ସାରି ଦୁଇ ଆଡ଼ରୁ ଡୋରିକୁ ଭିଡ଼ି ଆଣି ଗଣ୍ଠି ପକାଇଲେ କୁର୍ତ୍ତାଟି ଦେହରେ କସି ହୋଇ ଲାଗି ରହେ) — ୧. A rough coat with tapes for buttons.
୨. ଗନ୍ତାଘର (ଦେଖ) - ୨. Gantāghara (See)