ଗଦା

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଗଦ୍ ଧାତୁ=ପୀଡିତ ହେବା+କରଣ. ଅ+ସ୍ତ୍ରୀ. ଆ)

ସମ୍ପାଦନା

ଲୌହ ବା କାଠର ମୁଦ୍ଗର; ଲୌହମୟ ସ୍ଥୁଳଶସ୍ତ୍ରବିଶେଷ (ସାଧାରଣତଃ ଏହାର ମୂଳାଂଶ ସରୁ, ଅଗ୍ରଭାଗ ମୋଟା ହୋଇ ଥାଏ) —Club, mace. bledgeon.

[ଦ୍ରଷ୍ଟବ୍ୟ — ବିଷ୍ଣୁଙ୍କର ଚାରି ହାତରେ ଧରାଯିବା ଚାରିଗୋଟି ପଦାର୍ଥ ମଧ୍ୟରୁ (ଶଙ୍ଖ,ଚକ୍ର, ଗଦା. ପଦ୍ମ) ଗଦା ଏକତମ; ଏହା ଭୀମଙ୍କର ପ୍ରିୟ ଶସ୍ତ୍ର ଏହାଦ୍ୱାରା ଭୀମ ଦୁର୍ଯ୍ୟୋଧନଙ୍କର ଊରୁ ଭାଙ୍ଗିଥିଲେ]

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. ସ୍ତୁପ; ଏକ ଜାତୀୟ ବହୁବସ୍ତୁର ଏକତ୍ର ଉପର୍ଯ୍ୟୁପରି ସମାଦେଶ—(ଯଥା—ନଡ଼ାଗଦା; ଧାନ ଗଦା; କୁଟାଗଦା) —୧. Heap; mass.
୨. ବହୁ ମନୁଷ୍ୟ ଏକ ସ୍ଥାନରେ ଠୁଳ ବା ରୁଣ୍ଡ ହେବା — ୨. Gathering of people; crowed.

ରଙ୍ଗସ୍ଥଳେ ଦଳେ ଦଳେ ଆସି ହେଲେ ଦର୍ଶକ ଗଦା ରାଧାନାଥ. ଉଷା

୩. ବହୁତ; ପ୍ରଚୁର —୩. Too much; plenty.

(ଯଥା—ଗଦାଏ ପାଣି; ଗଦାଏ ଲୋକ)

ଦେଶଜ - ବିଶେଷଣ -

ସମ୍ପାଦନା
୧. ଏକ ସ୍ଥାନରେ ଜମା ହୋଇଥିବା — ୧. Amassed; heaped.
୨. ଏକତ୍ର ସମାବିଷ୍ଟ; ରୁଣ୍ଡ ହୋଇଥିବା — ୨. Crowded; collected or gathered.