ଗଦ
ଗଦ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ଗଦ ଧାତୁ+ଅ)
ସମ୍ପାଦନା- ୧. (+କର୍ମ. ଅ) ରୋଗ ପୀଡ଼ା — ୧. Disease; sickness; illness.
- ୨. (+କର୍ତ୍ତୃ.ଅ) ଶ୍ରୀକୃଷ୍ଣଙ୍କର ସାନ ଭାଇ — ୨. Younger brother of Ṡrīkṛushṇa.
- ୩. (+ଭାବ .ଅ) କଥନ; କହିବା — ୩. Speaking.
- ୪. ବାକ୍ୟ —୪. Speech; sentence.
- ୫. (+କରଣ. ଅ) ବିଷ —୫. Poison.
- ୬. (କର୍ତ୍ତୃ. ଅ) ଘଡ଼ଘଡ଼ି —୬. Thunder.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଅଗଦ)
ସମ୍ପାଦନା- ୧. ସାପ କାମୁଡ଼ା ବା ଶିଶୁମାନଙ୍କର ଉଦର ରୋଗର ମହୌଷଧି— ବିଶେଷ; ଏକ ପ୍ରକାର ଗୁଳ୍ମର ସୁଗନ୍ଧ ଚେର — ୧. Sweet-scented root of a plant used as antidote against infantile diarrhoea and serpent-bite.
ମରମେ ଗଲା ଢ଼ଙ୍କ ହାଣି, କିମ୍ପା ନ ଦେଉ ଗଦ ଆଣି ଭୁପତି. ପ୍ରେମପଞ୍ଚାମୃତ
[ଦ୍ରଷ୍ଟବ୍ୟ —ଗଦ ନାନା ପ୍ରକାର ଯଥା— କେଦାର, ଚକ୍ରକେଦାର, ନୀଳକଣ୍ଠ, ପଦ୍ମକେଦାର, କୁମୁଦାକର, ପରଶୁକେଦାର, ବାଉଁଶପର୍ତ୍ରିଆ ଇତ୍ୟାଦି]
- ୨. ମହୌଷଧ — ୨. Specific; antidote; medicament.
ଅଭୟ ଗତି ମୋର ପଦ , ତ୍ରିଗୁଣ ବନ୍ଧୁକୁ ମୁଁ ଗଦ ପ୍ରାଚୀ. ନିର୍ଗୁଣମହାତ୍ମ୍ୟ