ଗତି
ଗତି
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (ଗମ୍ ଧାତୁ+ଭାବ. ତି; ତୁଳ. ଇଂରାଜୀ - ଗେଇଟ୍)
ସମ୍ପାଦନା- ୧. ଗମନ —୧. Act of going; pace.
- ୨. ସଞ୍ଚାର; ଚଳନ —୨. Motion; rotation; course.
- ୩. ଗମନର ପ୍ରଣାଳୀ; ଚାଲିବାର ଢ଼ଙ୍ଗ —୩. Gait.
- ୪. ଜୀବନଯାତ୍ରା —୪. Course of life; made of life.
- ୫. ଯାତ୍ରା —୫. March; procession.
- ୬. ଅବସ୍ଥା —୬. Condition.
ଗୁରୁଜନ ତତି କାଣିଲେ କି ଗତି କବିସୂର୍ଯ୍ୟ କିଶୋରଚମ୍ପୁକ ଗୀତ
- ୭. ଜ୍ଞାନ —୭. Knowledge; wisdfom.
- ୮. ଜାଣିବା —୮. Knowing.
- ୯. ଅଗ୍ରସର ହେବା —୯. Onward progress.
- ୧୦. ଫଳ; ପରିମାଣ —୧୦. Result; issue.
ପଣ୍ଡିତ ଲୋକଙ୍କର ଯେ ଗତି ହୁଅଇ କୃଷ୍ଣସିଂହ. ମହାଭାରତ. ବନ
- ୧୧: ପ୍ରକାର; ସୂରୁପ —୧୧. Nature.
- ୧୨: ଘଟନାକ୍ରମ —୧୨. Course of event.
- ୧୩: ପ୍ରାପ୍ତି —୧୩. Attainment.
- ୧୪: ପ୍ରସ୍ଥାନ; ପ୍ରୟାଣ —୧୪. Departure.
- ୧୫: ନିର୍ବାହ —୧୫. continuance.
- ୧୬: (+ଅଧିକରଣ. ତି)—ପଥ; ଯିବାରମାର୍ଗ; ବାଟ — ୧୬. Path; way; passage; course.
- ୧୭: (+କରଣ. ତି) ଅବଲମ୍ୱନ; ଆଶ୍ରୟ — ୧୭. Refuge; recorse; resort; shelter; assylum.
- ୧୮: (+ କରଣ. ତି)—ଉପାୟ — ୧୮. Means; expedient.
କାହିଁଲୋ ମନ ସହୀ. ପ୍ରସନ୍ନ ହେଉ ନାହିଁ, କହ ଏଥିକି କେଉଁ ଗତି କିରେ କବିସୂର୍ଯ୍ୟ. ସଙ୍ଗୀତ
- ୧୯: ପ୍ରମାଣ —୧୯. Proof; evidence.
- ୨୦. ଭାଗ୍ୟ —୨୦. Fortune; fate.
- ୨୧: ଦୁଃଖ ଓ ପାପାଦିରୁ ମୁକ୍ତି — ୨୧. Release from pain or sin.
- ୨୨: ମୋକ୍ଷ; ସଂସାର ବନ୍ଧନରୁ ଉଦ୍ଧାର — ୨୨. Redemptuion; salvation; eternal bliss; beatitude.
ଓ ଚାରିଙ୍କର ରାଜା କେବେ ନାହି ଗତି କୃଷ୍ଣସିଂହ. ମହାଭାରତ
- ୨୩: ପ୍ରବେଶ —୨୩. Access; entrance.
(ଯଥା—ଅବାରିତଗତି)
- ୨୪: ସ୍ଥିତି; ସ୍ଥାନ —୨୪. Position; station; situation.
- ୨୫: ଗ୍ରହ ନକ୍ଷତ୍ରମାନଙ୍କର ଦୈନିକ ଚଳନ — ୨୫. Diurnal motion of stars and planets on their orbits.
- ୨୬: ଭଗନ୍ଦର ରୋଗ —୨୬. Fistula.
- ୨୭: ନଳୀ ଘା; ପୂଜା ବୋହୁଥିବା ଘା — ୨୭. Running would or sore; sinus.
- ୨୮: ମୃତୁପରେ ପୁନର୍ଜନ୍ମ —୨୮. Transmigration of soul; metempsychosis.
- ୨୯: ଅଭିପ୍ରାୟ —୨୯. Intention.
ମୋହଗତି ଜାଣି ଶିର ନୁହଇଁ ଭଞ୍ଜ. ପ୍ରେମାସୁଧାନିଧୀ
- ୩୦. ମନୋଭାବ —୩୦. Thought.
ସେ ଗତିକି ଛଳିଣ ମୁଁ ଭାବରେ ପକାଇଲେ ଚନ୍ଦନ ତାର ପରେ ଭଞ୍ଜ. ପ୍ରେମସୁଧାନିଧି
- ୩୧: ଢ଼ଙ୍ଗ; ରୀତି —୩୧. Mode; manner.
ଏଣୁ ତୋହର ଗତି ମୁହିଁ, ତୋ ମାୟା ବଳେ ନ ଜାଣଇଁ ଜଗନ୍ନାଥ. ଭାଗବତ
- ୩୨: ଜୀବନର ଅବସ୍ଥା (ଯଥା—ଶୈଶବ, ଯୌବନ; ଜରା) — ୩୨. A stage or period of life.
- ୩୩: (ବ୍ୟାକରଣ) ଅଳଂ, ତିରସ୍, ନମସ୍, ବହିସ୍, ପୁରସ୍ ଆଦି ଅବ୍ୟୟ ପଦ କୌଣସି କ୍ରିୟା ବା କ୍ରିୟାବାଚକ ବିଶେଷ୍ୟ ଆଦି ସଙ୍ଗେ ଯୁକ୍ତ ହୋଇ ପଦ ନିଷ୍ପନ୍ନ କରିବା ଅବସ୍ଥା (ଯଥା—ନମସ୍କାର; ବହିଷ୍କରଣ) —୩୩. (grammar) A term used when preposition and some other advarbial expressions are connected with the tenses of a varb or varbal derivatives to form words.
- ୩୪: ଜନ୍ମକାଳରେ ଶିଶୁର ଅବସ୍ଥା; ଶିଶୁ ମାତୃଗର୍ଭରୁ ଭୁମିଷ୍ଟ ହେଲା ବେଳେ ଯେଉଁ ଅବସ୍ଥାରେ ଥାଏ —୩୪. The position of a child at birth.
ଦେଶଜ - ବିଶେଷ୍ୟ -
ସମ୍ପାଦନାଗତ୍ୟନ୍ତର; ଉପାୟାନ୍ତର — Alternative way; other means.
ନନ୍ଦ ନନ୍ଦନ ପେମା, ପ୍ରେମାରେ ନୁହେଁ ଜମା, ତପସ୍ୱୀନୀଙ୍କି ଯେବେ ଗତି ଥିବ କବିସୂର୍ଯ୍ୟ, କିଶୋର ଚମ୍ପୁ