ଗଣ୍ଡା
ଗଣ୍ଡା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଗଣ୍ଡ; ଗଣ୍ଡକ)
ସମ୍ପାଦନା- ୧. ବନ୍ୟଜନ୍ତୁବିଶେଶ — ୧. Rhinoceros.
ଗଣ୍ଡା ତୁଣ୍ଡ ମେଣ୍ଡା ମୁଣ୍ଡ ସମ୍ୱଲପୁର. ପ୍ରବଚନ
[ଦ୍ରଷ୍ଟବ୍ୟ —ଏହାର ରଙ୍ଗ ପାଉଁଶିଆ ଏହାର ଥୋମଣି ଉପରେ ଗୋଟାଏ ଶିଙ୍ଘ ବା ଖଡ଼୍ଗ ଥାଏ ବୋଲି ଏହାକୁ ଖଡ୍ଗୀ ମଧ୍ୟ ବୋଲାଯାଏ ଏହାର ଚମ ଆବୁଆବୁଆ ଓ ଭାରି ମୋଟା; ଏଥିରେ ଢ଼ାଲ ତିଆରି ହୁଏ ଏ ଫଳ ମୂଳ ଖାଏ ଏହାର ମାଂସକୁ ହିନ୍ଦୁମାନେ ଅତି ପବିତ୍ର ବୋଲି ବିବେଚନା କରନ୍ତି ଏହାର ଶିଙ୍ଘରେ ପାତ୍ରି ନିର୍ମାଣ କରି ହିନ୍ଦୁମାନେ ପିତୃ ଲୋକ ଉଦ୍ଦ୍ୟେଶରେ ତର୍ପଣ କରନ୍ତି ବର୍ତ୍ତମାନ ଏମାନେ ଆସାମ ପୂର୍ବବଙ୍ଗ, ସୁନ୍ଦରବଣ ଓ ନେପାଳରେ ଦେଖା ଯାଆନ୍ତି ଏମାନେ ଦୁଇ ପ୍ରକାର ଏକ ଜାତିର ଅଣ୍ଡିରା ଓ ମାଈ ଉଭୟଙ୍କର ଖଡ଼୍ଗ ଥାଏ ଏମାନେ ଆସାମରେ ମିଳନ୍ତି ଇଂରାଜିରେ ଏମାନଙ୍କୁ Rhinoceros Unicornis କୁହାଯାଏ ଅନ୍ୟ ଜାତିର କେବଳ ଅଣ୍ଡିରାଙ୍କର ଖଡ଼୍ଗ ଥାଏ ଏମାନେ ପୂର୍ବବଙ୍ଗ ଓ ସୁନ୍ଦରବନରେ ମିଳନ୍ତି ଇଂରାଜିରେ ଏମାନଙ୍କୁ Rhinoceros Sonadaicus କୁହାଯାଏ]
- ୨. ଚାରିକଡ଼ା କଉଡ଼ି —୪. Four bits of cowries.
[ଦ୍ରଷ୍ଟବ୍ୟ —ଏ ଦେଶରେ ଆଗେ କଉଡ଼ି ମୁଦ୍ରାସ୍ୱରୂପ ପ୍ରଚଳିତ ଥିଲା ୪କଡ଼ା= ୧ଗଣ୍ଡା, ୫ଗଣ୍ଡା=୧ବୋଡ଼ି. ୪ ବୋଡ଼ି= ୧ପଣ, ୧୬: ପଣ= ୧କାହାଣ (କାର୍ଷାପଣ)]
- ୩. ଚାରିସଂଖ୍ୟା; ପୁଞ୍ଜା — ୩. An aggregate of four; the number four.
- ୪. କୌଣସି ବ୍ୟକ୍ତିର ପ୍ରାପ୍ୟ ଧନ — ୪. One's dues; any money due to a person.
- ୫. ଗାଈ, ବଳଦଙ୍କ ବେକରେ ବନ୍ଧାଯିବା ପଘାର ଫାସ — ୫. A noose of rope put round the neck of cattle.
- ୬. ମାତୃଗର୍ଭଜାତ ୪ର୍ଥ ସନ୍ତାନକୁ ଦିଆଯିବା ନାମ — ୬. A name given to the ୪th child of a mother.
ପ୍ରାଦେଶିକ - (ସମ୍ୱଲପୁର ଓ ଗଡ଼ଜାତ) ବିଶେଷ୍ୟ -
ସମ୍ପାଦନାପାଣପରି ନୀଚ ଅନାର୍ଯ୍ୟ ଜାତିବିଶେଷ —A low class of untouchable persons.
[ଦ୍ରଷ୍ଟବ୍ୟ —ଏମାନେ ମୋଟ ଲୁଗା ବୁଣନ୍ତି ଓଡ଼ିଶାର ବୁଣାବାଉରୀଙ୍କ ପରି ଏମାନେ ଅସ୍ଫୃଶ୍ୟ]