ଗଣିବା

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - କ୍ରି. (ସଂସ୍କୃତ - ଗଣ୍ ଧାତୁ)

ସମ୍ପାଦନା
୧. ସୁମାରି କରିବା; ସଂଖ୍ୟା କରିବା — ୧. To count; to enumerate.
୨. ଗୋଟି ଗୋଟି କରି ଗଣନା କରି ପ୍ରଦାନ କରିବା — ୨. To pay by counting one by one.

ଭେଟି ଦେବାପାଇଁ ପୃଥିବୀ ନୃପ ଶ୍ରେଣୀ ଭେଟି ଯୁଧିଷ୍ଠିରଙ୍କ ତାହା ଦେଲେ ଗଣି—କୃଷ୍ଣସିଂହ. ମହାଭାରତ. ସଭା

୩. ତୁଳନା କରିବା —୩. To compare.
୪. ବିଚାରିବା —୪. To consider; to deem.

କମଳଗଣେ କଣଳ ମରୀଚିକାକୁ ଯଥା— ଭଞ୍ଜ. କୋଟିବ୍ରହ୍ମାଣ୍ଡସିନ୍ଦରୀ

୫. ଅବକଳନା କରିବା —୫. To ascertain.
୬. (ପ୍ରମାଦ) ଆଶଙ୍କା କରିବା — ୬. To apprehend or fear.

ଆତଙ୍ଗେ ତାଣ୍ଡବବଳ ଗଣିଲେ ପ୍ରମାଦ—ରାଧାନାଥ,ବେଣୀସଂହାର

୭. ଲକ୍ଷ କରିବା —୭. To aim.
୮. ମାନିବା; ଖାତିର କରିବା —୮. To regard.

ଆହାର ବିହାର ନିନ୍ଦ୍ରାବେଶ ବିଷ ହୋଇ ତାକୁ ମୁଁ ନ ଗଣେ— କବିସୂର୍ଯ୍ୟ. ସଙ୍ଗୀତ କଳ୍ପଲତା

୯. ନଗଦ ଧନ ଦେବା —୯. To pay cash.
୧. (କୌଣସି ବସ୍ତୁ ସଙ୍ଗେ) ଲେଖା କରିବା; ସମାନ କରିବା — ୧୦. To count or deem as.

ହେମନ୍ତକାଳ ଯେବେ ପୋଖରୀରେ ପାଣି ଥାଏ ବହୁ ସୁବର୍ଣ୍ଣ ଯାଗ ଫଳେ ଗଣି—କୃଷ୍ଣସିଂହ. ମହାଭାରତ. ଅନୁଶାସନ

୧୧: ଗଣନାପୂର୍ବକ ନିର୍ଣ୍ଣୟ କରିବା — ୧୧. To ascertain by calculation.

ଅଶ୍ୱମେଧ କରିବାକୁ ଶୁଭଦିନ ଗଣ ବିଶ୍ୱନାଥ. ବିଚିତ୍ରରାମାୟଣ

୧୨: ସମ୍ମାନ କରିବା — ୧୨. To show respect or regard.

ଯେ ଦକ୍ଷ ସ୍ୱଭାବେ ଶ୍ୱଶୁର ତାଙ୍କୁ ନ ଗଣିଲେ ଈଶ୍ୱର ଜଗନ୍ନାଥ. ଭାଗବତ

୧୩: ସ୍ମରଣ କରିବା —୧୩. To remember.

ହୋଇ ତୋ ଚରଣ ଧ୍ୟାୟି ଝୁରୁଥିବୁଁ ନିଜ ଭାଗ୍ୟ ଗଣି ଗଣି ଭିକାରୀ. ଗୀତ ଲହରୀ