ଗଙ୍ଗା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • ଅନ୍ୟ ସଂସ୍କୃତ - ନାମ—ଭାଗୀରଥୀ, ଜାହ୍ନବୀ, ତ୍ରିପଥଗା, ତ୍ରିସ୍ରୋତା, ବିଷ୍ଣୁପଦୀ, ସୁରନିମ୍ନଗା, ସୁରନଦୀ, ସୁରାପଗା, ମନ୍ଦାକିନୀ, ଅଳକନନ୍ଦା, ଅଧ୍ୱଗା
  • (file)
  • (file)

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଗାଂ=ପୃଥିବୀକୁ+ଗମ୍ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ; କିମ୍ୱା ଗମ ଧାତୁ+କର୍ତ୍ତୃ+ଗ+ଆ) ସମ୍ପାଦନା

୧. ହିମାଳୟର ଗଙ୍ଗୋତ୍ରୀ ଶୃଙ୍ଗରୁ ବାହାରି ଦକ୍ଷିଣ ଓ ପୂର୍ବ ଅଭିମୁଖରେ ଯୁକ୍ତପ୍ରଦେଶ, ବିହାର ଓ ବଙ୍ଗପ୍ରଦେଶ ବାଟେ ବଙ୍ଗୋପ— ସାଗରରେ ପଡ଼ିଥିବା ନଦୀ — ୧. The river Ganges.

[ଦ୍ରଷ୍ଟବ୍ୟ —ଗଙ୍ଗାଙ୍କର ଉତ୍ପତ୍ତି ଓ ମର୍ତ୍ତ୍ୟକୁ ଆଗମନ ବିଷୟରେ ଦିଅଟି ପୌରାଣିକ ଆଖ୍ୟାୟିକା ଅଛି]

୧. ଏକଦା ନାରଦଙ୍କ ଅନୁରୋଧରେ ମହାଦେବ ସଙ୍ଗୀତ ଗାନ କଲେ ବିଷ୍ଣୁ ଓ ବ୍ରହ୍ମା ଶ୍ରୋତାରୂପେ ସେଠାରେ ଉପସ୍ଥିତ ହେଲେ ବିଷ୍ଣୁ ତତ୍ଶ୍ରବଣରେ ଦ୍ରବୀଭୂତ ହେବାରୁ ବ୍ରହ୍ମା ଉକ୍ତ ଦ୍ରବୀଭୂତ ବିଷ୍ଣୁଙ୍କୁ ଆପଣା କମଣ୍ଡୁଳୁରେ ପୂରାଇ ରଖିଲେ ଏହି ଦ୍ରବୀଭୂତ ବିଷ୍ଣୁ ଗଙ୍ଗା ଅଟନ୍ତି କପିଳ ମୁନିଙ୍କ କୋପାନଳରେ ସଗର ରାଜାଙ୍କ ଷଷ୍ଠି- ସହସ୍ର ପୁତ୍ର ଧ୍ୱଂସ ହେବାରୁ ସଗରବଂଶର ଉତ୍ତରାଧିକାରୀ ଭଗୀରଥ ଭସ୍ମୀଭୂତ ପୂର୍ବପୁରୁଷମାନଙ୍କୁ ଉଦ୍ଧାର କରିବା ପାଇଁ କଠୋର ତପସ୍ୟା କରି ବ୍ରହ୍ମାଙ୍କଠାରୁ ଗଙ୍ଗାଙ୍କୁ ପ୍ରାପ୍ତ ହେଲେ ଗଙ୍ଗା ବ୍ରହ୍ମାଙ୍କ କମଣ୍ଡଳୁରୁ ବାହାରି ମହାଦେବଙ୍କ ଜଟାରେ ପଡ଼ି ହିମାଳୟ ବାଟେ ଓହ୍ଲାଇ ୭ଟି ଧାରା ହେଲେ ପଶ୍ଚିମକୁ ସୀତା, ସିନ୍ଧୁ ଓ କୁଚକ୍ଷୁ ନାମରେ ୩ ଧାରା ଗଲେ ପୂର୍ବକୁ ହ୍ଲାଦିନୀ, ପାବିନୀ ଓ ନଳିନୀ ନାମରେ ୩ ଧାରା ଗଲେ ଏବଂ ଏକ ଧାରା ଭଗୀରଥଙ୍କ ପଛେ ଫଛେ ଯାଇ ସମୁଦ୍ରରେ ପଡ଼ି ଭସ୍ମୀଭୂତ ସଗରସନ୍ତାନମାନଙ୍କୁ ଉଦ୍ଧାର କଲେ ଏହି ଧାରାର ନାମ ଭାଗୀରଥୀ ହିମାଳୟର ଗୋମୁଖୀ ବା ଗଙ୍ଗୋତ୍ରୀ ନାମକ ସ୍ଥାନରେ ଗଙ୍ଗା ଭାରତବର୍ଷରେ ଭୂତଳସ୍ପର୍ଶ କଲେ ଭଗୀରଥଙ୍କ ପଛେ ପଛେ ଆସୁ ଆସୁ ଜହ୍ନୁ ମୁନିଙ୍କ ଯଜ୍ଞ— ଭୂମିକୁ ପ୍ଳାବିତ କରିବାରୁ ମୁନି କୁପିତ ହୋଇ ଗଙ୍ଗାକୁ ପିଇ ଦେଲେ ଗଙ୍ଗା ଅଦୃଶ୍ୟ ହେବାରୁ ଭଗୀରଥ ତପସ୍ୟାରେ ଜହ୍ନୁ ମୁନିଙ୍କୁ ତୁଷ୍ଟ କଲେ ଓ ଜହ୍ନୁମୁନି ନିଜର ଜାନୁ ବିଦାରଣପୂର୍ବକ (ମତାନ୍ତରରେ ତାଙ୍କ କର୍ଣ୍ଣ ବାଟେ) ଗଙ୍ଗାକୁ ଛାଡ଼ିଦେଲେ ଓ ଗଙ୍ଗା ଭଗୀରଥଙ୍କ ପଛେ ପଛେ ଆସି ସାଗରରେ ପଡ଼ିଲେ ଜହ୍ନୁମୁନିଙ୍କ ଦେହରୁ ଜନ୍ମିବାରୁ ଗଙ୍ଗାଙ୍କର ଅନ୍ୟ ନାମ ଜାହ୍ନବୀ ଭଗୀରଥଙ୍କ ତପସ୍ୟା ଯୋଗୁଁ ପୃଥିବୀକୁ ଆସିଥିବାରୁ ଏହାଙ୍କ ନାମ ଭାଗୀରଥୀ ଏକଦା ଗଙ୍ଗା ବ୍ରହ୍ମାଙ୍କ ନିକଟରୁ ପ୍ରତ୍ୟାଗମନ କରୁଥିବାବେଳେ ବାଟରେ ଅଭିଶପ୍ତ ଅଷ୍ଟାବସୁମାନଙ୍କ ପ୍ରାର୍ଥନାକ୍ରମେ ମାନବୀବେଶ ଧାରଣ କରି ରାଜା ଶାନ୍ତୁନୁଙ୍କୁ ବିବାହ କଲେ ଓ ଶାନ୍ତନୁଙ୍କୁ ସତ୍ୟ କରାଇଲେ ଯେ ପତ୍ନୀଙ୍କ ଇଚ୍ଛାନୁରୂପ କର୍ମରେ ଶାନ୍ତୁନୁ ବାଧା ଦେବେ ନାହିଁ; ବାଧାଦେଲେ ଗଙ୍ଗା ଅନ୍ତର୍ହିତା ହେବେ ପରେ ଶାନ୍ତନୁଙ୍କ ଔରସରେ ଜନ୍ମିବା ତାଙ୍କ ୭ ପୁତ୍ରଙ୍କୁ ଗଙ୍ଗାଦେବୀ ଜନ୍ମହେବାମାତ୍ରେ ଜଳରେ ପକାଇଦେଲେ, କିନ୍ତୁ ପ୍ରତିଜ୍ଞାବଦ୍ଧ ଶାନ୍ତୁନୁ କିଛି କହିଲେ ନାହିଁ ଅବଶେଷରେ ୮ମ ପୁତ୍ର ଭୀଷ୍ମଙ୍କୁ ଜନ୍ମ କରି ଜଳରେ ପକାଇବାବେଳକୁ ଶାନ୍ତୁନୁ ଏଥିରେ ବାଧା ଦେବାରୁ ଗଙ୍ଗା ଉକ୍ତ ପୁତ୍ରକୁ ପାଣିରେ ପକାଇଲେ ନାହିଁ, ସତ୍ୟ କିନ୍ତୁ ଆଉ ଶାନ୍ତନୁଙ୍କ ଭାର୍ଯ୍ୟା ହୋଇ ରହିଲେ ନାହିଁ ଓ ଭୀଷ୍ମଙ୍କୁ ନେଇ ଅନ୍ତର୍ହିତା ହେଲେ ପରେ ଭୀଷ୍ମ ବୟଃପ୍ରାପ୍ତ ହେବାରୁ ତାଙ୍କୁ ଆଣି ଶାନ୍ତନୁଙ୍କୁ ଅର୍ପଣ କଲେ ଗଙ୍ଗାଦେବୀ ମଧ୍ୟ ଶିଶୁ କାର୍ତ୍ତିକେୟଙ୍କୁ ସ୍ୱଗର୍ଭସ୍ଥ ଶରବଣରେ ବଢାଇଥିଲେ
୨. ମତାନ୍ତରେ ଗଙ୍ଗା ଗିରିରାଜ ହିମାଳୟ ଓ ତତ୍ପତ୍ନୀ ମେନାଙ୍କର ଜ୍ୟୋଷ୍ଠା କନ୍ୟା ଦେବମାନଙ୍କ ଚେଷ୍ଟାରେ ଏ ମହାଦେବଙ୍କୁ ବିବାହ କରିଥିଲେ ଏ ପାର୍ବତୀଙ୍କ ଜ୍ୟୋଷ୍ଠା ଭଗ୍ନୀ ଓ ସପତ୍ନୀ ଏହାଙ୍କ ଅଦଶନରେ ମେନା ଶୋକଦଗ୍ଧା ହୋଇ ଅଭିଶାପ ଦେବାରୁ ଏ ଜଳରେ ପରିଣତ ହୋଇ ତଦବଧି ବ୍ରହ୍ମାଙ୍କ କମଣ୍ଡଳୁରେ ରହିଲେ ଓ ପରେ ଭଗୀରଥଙ୍କ ତପସ୍ୟାଦ୍ୱାରା ମର୍ତ୍ତ୍ୟକୁ ଆସିଲେ ଗଙ୍ଗାନଦୀ ହିନ୍ଦୁମାନଙ୍କର ପ୍ରଧାନ ତୀର୍ଥ ଓ ଗଙ୍ଗାଜଳ ହିନ୍ଦୁର ପବିତ୍ର ପାନୀୟ ମୁର୍ମୂଷୁ ବ୍ୟକ୍ତିର ପାରଲୌକିକ ମୁକ୍ତିକାମନାରେ ସ୍ୱଜନମାନେ ତାକୁ ନେଇ ଗଙ୍ଗାକୂଳରେ ଶୁଆନ୍ତି ଗଙ୍ଗାନଦୀ ଗର୍ଭସ୍ଥ ମାଟିକୁ ଘୋରି ଲୋକେ ଚିତା ଘେନନ୍ତି ମୃତବ୍ୟକ୍ତିର ଅସ୍ଥି ଗଙ୍ଗାରେ ପକାଇଲେ ତାହାର ପାରଲୌକିକ ସଦ୍ଗତି ହୁଏ ଏଥିପାଇଁ ହିନ୍ଦୁ-
ମାନେ ଶ୍ମଶାନରୁ ଚିତାବଶିଷ୍ଟ ଅସ୍ଥି ସଂଗ୍ରହ କରି ଗଙ୍ଗାରେ ପକାଇବା ପାଇଁ ସାଇତି ରଖନ୍ତି ଗଙ୍ଗଜଳ ସିଞ୍ଚିବାଦ୍ୱାରା ଅପବିତ୍ର ବସ୍ତୁ, ଦେହ ଓ ସ୍ଥାନ ପବିତ୍ର ହୁଏ ବୋଲି ହିନ୍ଦୁଙ୍କର ବିଶ୍ୱାସ ରାମଗଙ୍ଗା, କାଳୀ, ଈଶା, ଯମୁନା, ଗୋମତୀ, ସରଯୂ, ଗୋଗରା ବା ଘର୍ଘରା, ଶୋନ, ଗଣ୍ଡକୀ, ଫଲୁ, ବେଗବତୀ, କୌଶିକୀ ବା କୁଶୀ ଓ ମହାନନ୍ଦା ଏମାନେ ଗଙ୍ଗାର ଉପନଦୀ ଅଟନ୍ତି ଓ ହୁଗୁଳି, ଆଦି- ଗଙ୍ଗା ଏମାନେ ଶାଖାନଦୀ ଅଟନ୍ତି] 

ଗଙ୍ଗା ନଦୀ ବ୍ରହ୍ମପୁତ୍ର ସଙ୍ଗେ ମିଳିତ ହୋଇ ଦୁଇ ନଦୀ ପଦ୍ମା ବା ମେଘନା ନାମ ଧାରଣ କରି ବଙ୍ଗୋପସାଗରରେ ପଡ଼ିଅଛି ଗଙ୍ଗାରୁ ଆଉ ଗୁଡ଼ିଏ ଶାଖା ବାହାରି ମଧ୍ୟ ବଙ୍ଗୋପସାଗରେ ଯେଉଁ ପଡ଼ିଅଛି ଗଙ୍ଗାର ଭିନ୍ନ ଭିନ୍ନ ଶାଖାମାନ ବଙ୍ଗୋପସାଗରରେ ଯେଉଁ ସ୍ଥାନରେ ପଡ଼ିଅଛି ତାହାକୁ ସୁନ୍ଦରବଣ ବୋଲାଯାଏ କଲିକତା ଗଙ୍ଗାର ଗୋଟିଏ ଶାଖା ହୁଗୁଳି ଉପରେ ଅବସ୍ଥିତ ଗଙ୍ଗାନଦୀର କୂଳରେ ଅନେକ ପ୍ରଧାନ ନଗର ଓ ବାଣିଜ୍ୟକେନ୍ଦ୍ର ଅବସ୍ଥିତ, ଯଥା ବେରିଲି, ପ୍ରୟାଗ ବା ଆଲ୍ଲାହାବାଦ, କାଶୀ, ପାଟଣା, ଭାଗଲପୁର ଗଙ୍ଗାସାଗର- ସଙ୍ଗମ ହିନ୍ଦୁମାନଙ୍କର ଗୋଟିଏ ପ୍ରଧାନ ତୀର୍ଥ ଫଳତଃ ଗଙ୍ଗାନଦୀ ଭାରତର ଉତ୍ତରପୂର୍ବ ଅଂଶକୁ ସୁଜଳା, ସୁଫଳା ଓ ଶସ୍ୟଶ୍ୟାମଳା କରିଅଛି ବୈଜ୍ଞାନିକମାନେ ପରୀକ୍ଷା କରି ଦେଖି ଅଛନ୍ତି ଯେ ଗଙ୍ଗାଜଳକୁ ବହୁକାଳ ବନ୍ଦ କରି ରଖି ଦେଲେ ସେଥିରେ ଅନ୍ୟାନ୍ୟ ନଦୀର ଜଳ ପରି କୀଟାଣୁ ଜନ୍ମନ୍ତି ନାହିଁ ଓ ଗଙ୍ଗାଜଳ ଖୁବ୍ ସ୍ୱାସ୍ଥ୍ୟକର]

୨. ଗଙ୍ଗାଦେବୀ; ଶାନ୍ତନୁଙ୍କ ସ୍ତ୍ରୀ ଓ ଭୀଷ୍ମଙ୍କ ମାତା — ୨. A nymph said to have espoused king Ṡāntanu and borne him eight sons of whom Bhīshma was the youngest.

ଗଙ୍ଗା ବୋଇଲେ ଥିବି ଗାଙ୍ଗୀ ବୋଇଲେ ଯିବା ପ୍ରବଚନ

୩. ପଦ୍ମପୁରାଣୋକ୍ତ ଧର୍ମଦେବଙ୍କ ପତ୍ନୀ — ୩. The wife of the Deity Dharma.
୪. ଆକାଶଗଙ୍ଗା — ୪. The mythological Ganges of the sky.
୫. ନୀଳକଣ୍ଠ ସ୍ତ୍ରୀ ଓ ଶଙ୍କରାଚାର୍ଯ୍ୟଙ୍କ ମାତା — ୫. Name of the mother of Ṡaṅkarāchārj̄ya. (M.W.)

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. (ସ୍ତ୍ରୀ) ସ୍ତ୍ରୀଲୋକଙ୍କ ନାମ — ୧. A woman of that name.
୨. (ପୁଂ) ଗଙ୍ଗାଧର ନାମକ ପୁରୁଷକୁ ଡ଼ାକିବା ନାମ — ୨. Name by which a person named Gaṅgādhara is called.