ଗଙ୍ଗବଂଶ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ବିଶେଷ୍ୟ - ସମ୍ପାଦନା

ଓଡ଼ିଶାର ପ୍ରାଚୀନ ରାଜବଂଶବିଶେଷ — Name of a dynasty of ancient kings of Orissa.

[ଦ୍ରଷ୍ଟବ୍ୟ —ଉତ୍କଳର ଗଙ୍ଗବଂଶୀୟ ରାଜାମାନେ ୧୪୨: ଖ୍ରୀଷ୍ଟାବ୍ଦ ଠାରୁ ୧୪୩୫: ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ ଏମାନେ ଦାକ୍ଷିଣାତ୍ୟର କର୍ଣ୍ଣାଟକ ଦେଶରୁ ଆସି ପ୍ରଥମେ ଦକ୍ଷିଣକଳିଙ୍ଗ ଅଧିକାର କରି ପ୍ରଥମେ ଗଙ୍ଗବାଡ଼ି (ବର୍ତ୍ତମାନ ପାରଳାଖେମୁଣ୍ଡି ରାଜ୍ୟର ମୁଖଲିଙ୍ଗ ନଗର) ନାମକ ସ୍ଥାନରେ ରାଜତ୍ନ କଲେ ଏମାନେ ଚନ୍ଦ୍ରବଂଶୀୟ ରାଜା ବୋଲି ଆପଣାକୁ ପରିଚୟ ଦେଉଥିଲେ ଗଙ୍ଗବଂଶର ପଞ୍ଚମ ରଜା କାମାର୍ଣ୍ଣଦେବ ସମସ୍ତ କଳିଙ୍ଗ ଅଧିକାର କରି ଉଡ୍ରର (ବର୍ତ୍ତମାନ କଳାହାଣ୍ଡି, ବସ୍ତର) ଅଧିକାର କଲେ ଷଷ୍ଠ ରାଜା ଅନନ୍ତବର୍ମା ବା ଚୋଳଗଙ୍ଗଦେବ ବା ଚୁଡ଼ଙ୍ଗଦେବ ଉତ୍କଳ ଅଧିକାର କଲେ ଉତ୍କଳ ସିଂହାସନରେ ଏ ଗଙ୍ଗବଂଶର ପ୍ରଥମ ରାଜା ଗଙ୍ଗବଂଶ ଓ ତତ୍ପରବର୍ତ୍ତୀ ସୂର୍ଯ୍ୟବଂଶର ରାଜତ୍ୱ ଉତ୍କଳର ମହାଗୌରବମୟ କାଳ ଥିଲା ସେତେବେଳେ ଉତ୍କଳ ରାଜାଙ୍କ ରାଜ୍ୟର ସୀମା ପଶ୍ଚିମରେ କଳାହାଣ୍ଡି ବସ୍ତର, ପୂର୍ବରେ ସମୁଦ୍ର, ଉତ୍ତରରେ ଗଙ୍ଗା ଓ ଦକ୍ଷିଣରେ ସେତୁବନ୍ଧ ରାମେଶ୍ୱର ପର୍ଯ୍ୟନ୍ତ ଥିଲା ଚୁଡ଼ଙ୍ଗଦେବଙ୍କ ପୁତ୍ରମାନେ ଯଥାକ୍ରମେ କାମାର୍ଣ୍ଣବ ବା ଗଙ୍ଗେଶ୍ୱରଦେବ, ରାଘବଦେବ ବା ଏକକଟା କାମଦେବ, ରାଜରାଜଦେବ, ଅନିୟଙ୍କଭୀମଦେବ; ତତ୍ପରେ ଅନିୟଙ୍କଙ୍କ ପୁତ୍ର ରାଜରାଜେଶ୍ୱର ବା ପୁରୁଷୋତ୍ତମଦେବ; ତାଙ୍କ ପୁତ୍ର ଅନଙ୍ଗଭୀମଦେବ; ତାଙ୍କ ପୁତ୍ର ଲାଙ୍ଗୁଳାନରସିଂହଦେବ; ତାଙ୍କ ପୁତ୍ର ଭାନୁଦେବ; ତାଙ୍କ ପରେ ଦ୍ୱିତୀୟ ନରସସିଂହଦେବ ଓ ତାଙ୍କ ପରେ ଆଉ୯ ଜଣ ରାଜା ରାଜତ୍ୱ କଲେ ଗଙ୍ଗବଂଶର ଶେଷ ରାଜାଙ୍କର ପୁତ୍ର ନ ଥିବାରୁ ସେ ସୂର୍ଯ୍ୟବଂଶୀୟ କ୍ଷତ୍ରିୟ କପିଳେନ୍ଦ୍ରଦେବଙ୍କୁ ରାଜା

ମନୋନୀତ କରିଗଲେ ଗଙ୍ଗବଂଶର ରାଜାମାନଙ୍କ ଅମଳରେ କଟକ ବାରବାଟି ରାଜଧାନୀ ଥିଲା ଏହି ଗଙ୍ଗବଂଶ ଅମଳରେ ଦେଉଳ, ପୁଷ୍କରିଣୀ, ବ୍ରାହ୍ମଣଶାସନ ପ୍ରତିଷ୍ଠା, ଦେଶବିଜୟ, ସାହିତ୍ୟ ଓ ଧର୍ମ ଚର୍ଚ୍ଚା ହୋଇଥିଲା ଏ ବଂଶର ଶେଷ ଅମଳକୁ ଚତୁର୍ଦ୍ଦିଗରେ ପଠାଣ ଶକ୍ତିମାନେ ପ୍ରବଳ ହୋଇ ଉଠିଲେ କୃପାସିନ୍ଧୁ. ଉତ୍କଳ ଇତିହାସ]