ଛତୁଆ

ଓଡ଼ିଶାରେ ଜଳଖିଆ ଭାବରେ ଛତୁଆ ପିଇବା ବହୁଳ ଭାବେ ପ୍ରଚଳିତ । ପିଲାଠୁ ବୁଢ଼ାଯାଏ ସମସ୍ତଙ୍କୁ ପସନ୍ଦ ଏହି ପାନିୟରେ ବହୁଳ ପରିମାଣରେ ପ୍ରୋଟିନ , ଫାଇବର , କ୍ୟାଲସିୟମ , ଲୌହ, ମ୍ୟାଗ୍ନେସିୟମ ଭଳି ପୋଷକତତ୍ତ୍ବ ଭରପୁର ପରିମାଣରେ ରହିଥାଏ । ଛତୁଆ ଖାଇବା ଦ୍ଵାରା ପାଚନ ଶକ୍ତି ଠିକ ରହିବା ସହ ଖରାପ କୋଲେଷ୍ଟ୍ରଲର ପରିମାଣ ହ୍ରାସ ପାଇଥାଏ । ଶିଶୁ ମାନଙ୍କ ଶରୀର ବୃଦ୍ଧି ହେବାରେ ସହାୟକ ହେବା ସହ ଦେହ ପାଇଁ ଆବଶ୍ୟକ ସମସ୍ତ ପୋଷକ ତତ୍ତ୍ଵକୁ ପୁରଣ କରିବା ପାଇଁ ଓଡିଶାରେ ପ୍ରାୟ ସମସ୍ତ ଶିଶୁ ମାନଙ୍କ ଖାଇବାରେ ଛତୁଆ ରହିଥାଏ ।

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶକ୍ରୁ)

ସମ୍ପାଦନା
୧. ବୁଟ, ଯବ, ଗହମ ଆଦି ଭଜା ହୋଇ କରା ଯାଇଥିବା ଚୂର୍ଣ୍ଣ —୧. Corn-powder; flour of fried corn.

ଚଣାଶାକ, ପିଣ୍ୟାକ ଫଳ ଯେ ଯବାନ୍ନ ଛତୁଆ ଖାଇ ଯୋଗୀ ରହିବଟି ଜାଣ—କୃଷ୍ଣସିଂହ, ମହାଭାରତ. ଶାନ୍ତି

[ଦ୍ରଷ୍ଟବ୍ୟ —ଉତ୍ତର ପଶ୍ଚମ ଅଞ୍ଚଳରେ ଓ ବିହାରରେ ଖାଦ୍ୟ— ସାମଗ୍ରୀ ଏହାର ଭାରି ଆଦାର ଏହାକୁ ପାଣିରେ ଚକଟି ଓ ମିଠା ମିଶାଇ ଖିଆଯାଏ ବୈଶାଖ ମାସର ପଣାସଂକ୍ରାନ୍ତି ଦିନ ଲୋକେ ବ୍ରାହ୍ମଣଙ୍କୁ ଛତା, ବିଞ୍ଚଣା, ଛତୁଆ ଓ ପଣା ଦାନ କରନ୍ତି କଞ୍ଚା ଶସ୍ୟର ଚୂନାକୁ ଅଟା ବା ଚୂନା କହନ୍ତି, ଭଜା ଶସ୍ୟର ଛତୁ ବା ଛତୁଆ କହନ୍ତି ବୈଦ୍ୟଶାସ୍ତ୍ର ମତରେ ଯବର ଛତୁ ଅଗ୍ନିଦୀପକ, ବଳକାରକ, ଲଘୁ, କଫପିତ୍ତନାଶକ, ଶ୍ରାନ୍ତି, ବ୍ରଣ ଓ ନେତ୍ରରୋଗ ନାଶକ]

୨. ପୁରୀଜିଲ୍ଲାର ସତ୍ୟବାଦୀରେ ପ୍ରତିଷ୍ଠିତ ସାକ୍ଷୀଗୋପାଳଙ୍କୁ ଭୋଗ ଦିଆଯିବା ଦୋଭଜା ଖଇର ଚୂର୍ଣ୍ଣ (ଲୁହାର ଗୋଲ ଛାଞ୍ଚିରେ ପୂରାଇ ଏହାକୁ ଗୋଲାକାର ଚକି କରାଯାଏ) — ୨. Powdered fried paddy offered to the Deity at Sakhigopal in the Puri district.