ଶବ୍ଦାର୍ଥ:

ଖୋଳ
ଉଚ୍ଚାରଣ: Khoḻa

ସଂ. ବି. (ସଂ. ଖୁ ଧାତୁ+ଳ) —

୧: ପଦାର୍ଥର ବାହ୍ୟ ଆବରଣ; ଘୋଡ଼ଣୀ — ୧. Outer cover or a case of a thing.

୨: ବଳ୍କଳ ଗଛର ଚୋପା ବା ଛାଲ ବା ଖୋଳପା — ୨. Bark or rind of a tree.

୩: ଶେୟ ଓ ତକିଆ ବା ମାଣ୍ଡିର ବହିରାବରଣ; ଗିଲାପ — ୩. The covering or case for a quilt or pillow.

୪: ମୃଦଙ୍ଗ ବାଦ୍ୟ —୪. A longish drum covered with skin on both sides.

୫: ଫଳର ଖୋଳପା —୫. Shell of a fruit.

୬: ବାସୁଙ୍ଗା; କଦଳୀ ଓ ବାଉଁଶଆଦି ଗଛର ଉପପତ୍ର ବା ଖୋଳାପା —୬. Stipule; bract.

୭: ସାପ ଓ ଅନ୍ୟାନ୍ୟ କୀଟଙ୍କ ଦେହର ଉପରେ ଥିବା ଟାଣୂଆଁ ଆବରଣ, ୟାହାକି ସମଯେ ସମଯେ ସେମାନେ ଛାଡ଼ନ୍ତି—(ହି. ଶବ୍ଦସାଗର) — ୭. Hard skin of serpents and some insects which is cast off at particular seaseoṅs.

୮: ମୋଟ ଚାଦର (ହି. ଶବ୍ଦସାଗର) — ୮. Coarse sheet.

ପ୍ରାଦେ. (ବାଲେଶ୍ବର) ବି. (ଜାହାଜିଆ ଶବ୍ଦ) —

ଜାହଜ ଭିତରେ ମାଲ ରହିବାର ଜାଗା; ନୌକାଦିର ଗର୍ଭ — The hold of a ship.

ସେ ଜାହାଜ ଚାପଦାର ଆଉ ଖୋଳ ଭିତରୁ ଦୁଇକୋଡ଼ିରୁ ବଳିବେ ଖପ୍ ଖପ୍ କରି ଆମ ଜାହାଜକୁ ଡେଇଁ ପଡ଼ିଲେ—ଫକୀରମୋହନ. ଗଳ୍ପସ୍ବଳ୍ପ