ଶବ୍ଦାର୍ଥ:

ଖୋକା
ଉଚ୍ଚାରଣ: Khokā
(ଖୋକୀ—ସ୍ତ୍ରୀ) খোকা खोखा

ପ୍ରାଦେ. (ବାଲେଶ୍ବର, ମେଦିନୀପୁର) ବି. ପୁଂ. (ବଙ୍ଗୀୟମାନଙ୍କ ପ୍ରଭାବରେ ପ୍ରଭାବିତ ପରିବାରରେ ବ୍ୟବହୃତ ଗେହ୍ଲାଡ଼ାକ), (ସଂ. ଖକ୍ଖ ଧାତୁ; କକ୍କ ଧାତୁ କଖ ଧାତୁ=ହସିବା, ସଂ. ଖୂ ଧାତୁ=ଶବ୍ଦ କରିବା) —

୧: କୋଡ଼ପୋଛା ପୂଅ; ସ୍ତନନ୍ଧୟ ଶିଶୁ — ୧. (from of endearment) Male-child; infant.

୨: ପରିବାରର କର୍ତ୍ତାଙ୍କ ଶିଶୁପୁତ୍ରର ଗେହ୍ଲା ନାମ — ୨. Pet name of the infant-son of the master of a house.