ଶବ୍ଦାର୍ଥ:

ଖଣି
ଉଚ୍ଚାରଣ: Khaṇi
খণি;খণি खान

ଦେ. ବି (ସଂ. ଖନି; ତୁଳ. ଫା. କାନ୍) —

୧: ଭୂଗର୍ଭରୁ ସ୍ବର୍ଣ୍ଣ କୋଇଲା ଆଦି ଖନିଜ ପଦାର୍ଥ ଖୋଳି ବାହାର କରିବା ନିମନ୍ତେ ଭୂଗର୍ଭରେ ଖୋଳା ହୋଇଥିବା ବଡ ଗର୍ତ୍ତ ବା ଗହ୍ବର; ଆକର — ୧. A mine; a pit.

୨: କେତେମାସ ପାଇଁ ଧାନ ସଞ୍ଚୟ କରିବା ନିମନ୍ତେ ଭୂଇଁରେ ଖୋଳା ହେବା ବଡ ଗାତ — ୨. A large pit or hole dug in the ground to store paddy for some months.

[ଦ୍ର—ପୂର୍ବେ ଖଣି ପରି ଗାତ ଖୋଳି ତାହା ତଳେ କଣ୍ଟା ପକାଇ କଣ୍ଟା ଉପରେ ଅପରାଧୀକୁ ରଖି ତାହା ଉପରେ ପୁଣି କଣ୍ଟା ପକାଇ (ଉପରକଣ୍ଟା ତଳକଣ୍ଟା କରି) ଅପରାଧୀକୁ ପୋତି ମାରି— ପକାଇବାର ଏକପ୍ରକାର ଭୟାନକ ନିଷ୍ଠୁର ପ୍ରାଣଦଣ୍ଡ ବ୍ୟବସ୍ଥା ଥିଲା ଆହୁରି ମଧ୍ୟ ଅପରାଧୀକୁ ଖଣି ଭିତରେ ଠିଆ କରାଇ ବେକ ପର୍ଯ୍ୟନ୍ତ ମାଟିରେ ପୋତି ରଖୁଥିଲେ ଏବଂ କେବଳ ମୁହଁଟି ଉପରକୁ ରହୁଥିଲା ଏହିପରି କିଛିକ୍ଷଣ ରହିଲା ପରେ ଲୋକଟି ମରି— ୟାଉଥିଲା]