ଖଡ଼ା
ଖଡ଼ା —
ଉଚ୍ଚାରଣ: Kḥaṟḍ̠ā
নটিয়া খড়া
चौलाइ
ডেঁগো; ডাঁটা; খাড়া
डौठ
খাড়া
ଦେ. ବି. (ସଂ. ନାମ, ତଣ୍ଡ଼ୁଳୀୟକ; କାଣ୍ଡ଼େର; ତଣ୍ଡ଼ୁଳେରକ; ମାରିଷ) —
୧: ବର୍ଷଜୀବୀ ଶାକବିଶେଷ; ମାରିଷଶାଗ — ୧. Amaranthus Frumentacens; Amara nthus Gangeticus (Haines).
[ଦ୍ର—ଖଡ଼ାଶାଗ ବର୍ଣ୍ଣଭେଦରେ ତିନିପ୍ରକାର—ଧଳା, ନାଲି ଓ ଧଳା—କଳାମିଶା; ସ୍ବାଦଭେଦରେ ଖଡ଼ା ଦୁଇ ପ୍ରକାର ଯଥା— ସୁଆଦିଆ ବା ମିଠା ଓ ଖାରିଆ ବା ଗୋବରିଆ]
୨: (ସଂ. ଖଡ଼=ତୃଣାଦିର ନାଡ଼)— ଶାକାଦିର ବଡ଼ ବଡ଼ ଡ଼ାଙ୍ଗ ବା ନାଡ଼; ଖାଡ଼ି — ୨. Long stalk or stem of potherbs.
(ଯଥା—ପୋଇଖଡ଼ା)
୩: ବାଟୁଳିଖଡ଼ା — ୩. A bow or sling for throwing out pellets of earth at monkeys, birds etc.
୪: (ଲକ୍ଷଣାର୍ଥ) ସ୍ବଳ୍ପ ମୂଲ୍ୟର ସାମାନ୍ୟ ବସ୍ତୁ — ୪. A thing of very slight or no value.
ତା ଘରେ ଖଡ଼ା ନାହିଁ—ପ୍ରବଚନ
[ଦ୍ର—ଓଡ଼ିଶାରେ ସାଧାରଣ ଗରିବ ଗୃହସ୍ଥମାନେ ଭାତ ସଙ୍ଗେ ଖରଡ଼ି କରି ଖାଇବା ନିମନ୍ତେ ଖରାଦିନେ ଓ ବର୍ଷାଦିନେ ଅଘରଦୁଆରି ଅଳ୍ପ ବହୁତ ଖଡ଼ାଶାଗ ବାଡ଼ିରେ ରୋପିଥାଆନ୍ତି ଏ ଶାଗ ଏତେ ଜନ୍ମେ ଯେ ଏହା ମାଗଣା ମିଳେ ବା ଅତି ଅଳ୍ପ ଅର୍ଥାତ ନାମ ମାତ୍ର ମୂଲ୍ୟରେ ବିକାଯାଏ]
ପ୍ରାଦେ. (ମେଦିନୀପୁର) ବି (ତୁଳ; ବଂ; ଶଜିନାଖାଡ଼ା) —
ଛୁଇଁ —Pod.
ପ୍ରାଦେ. (ସମ୍ବଲପୁର) ବି —
୧: ଖଣ୍ଡା; ଖଡ଼୍ଗ —୧. Sword.
୨: ବମିମାଛ (ଦେଖ) ୨. Bami (fish) (See)
খাড়া
खड़ा
ବୈଦେ. ବିଣ. (ସଂ. ଖଡ଼କ=ଖୁଣ୍ଟି) —
ଦଣ୍ଡ଼ାୟମାନ; ଠିଆ — Standing upright.