ଶବ୍ଦାର୍ଥ:

ଖଡ଼
ଉଚ୍ଚାରଣ: Khaṟḍ̠a

ସଂ. ବି. (ଖଡ଼ ଧାତୁ=ଭେଦ କରିବା+ଭାବ. ଅ) —

୧: ଭଙ୍ଗ —୧. Breaking.

୨: ବିଭାଗକରଣ —୨. Dividing.

୩: ତୃଣଜାତୀୟ କ୍ଷୁଦ୍ର ଗୁଳ୍ମବିଶେଷ (ଏଥିରେ ଘରଛୁଆଣି ହୁଏ) — ୩. Name of a grass-reed used in thatching.

୪: ନଡ଼ା —୪. Straw.

ପର ସ୍ତ୍ରୀରୋଗୀଠାରେ କରିଣ ନିର୍ଦ୍ଦୟା ଖଡ଼ ଗୁଡ଼ିଆଇ ଯେ ଜାଲିତେବ ନିଆଁ କୃଷ୍ଣସିଂହ ମହାଭାରତ ଶାନ୍ତି

୫: ଦହିକଡ଼ି; ପରିବା ସଙ୍ଗେ ଦହି ସିଦ୍ଧ ହୋଇ ପ୍ରସ୍ତୁତ ତରକାରୀ —Buttermilk boiled with vegetables and spices. (M.W.)

୬: ଶ୍ଯୋନାକ; ଫଣଫଣା (ଗୁଳ୍ମ) (ହି. ଶଦ୍ଦ ସାଗର) — Bignonia Indica (plant).

ଦେ. ବି. —

ଲତାର ନାଡ଼ — The stem of a creeper.

ପ୍ରାଦେ. (ସିଂହଭୂମ) ବି. —

ଏକପ୍ରକାର ଘାସ — A kind of grass.