ଶବ୍ଦାର୍ଥ:

ଖଟୁଳି
ଉଚ୍ଚାରଣ: Khaṭuḻi
खटोला

ଦେ. ବି. (ସଂ. ଖଟ୍ବା; ତୁଳ—ତା. କଟ୍ଟିଲ=ଛୋଟ ଖଟ) —

୧: ଶାଳଗ୍ରାମ ଆଦି ଦେବତା ଓ ଭାଗବତ ଗ୍ରନ୍ଥ ଆଦି ରଖିବାର କ୍ଷୁଦ୍ର କାଷ୍ଠାସନ; କ୍ଷୁଦ୍ର ବିମାନ — ୧. A small stool (with railings) for keeping small idols or sacred books.

[ଦ୍ର—(ଦିଅଁ ଗିଳି) ଖଟୁଳି ଗିଳିବା—ଦେ. ପ୍ରବଚନ— କୌଣସି ପଦାର୍ଥ ତାହାର ରଖାଯିବା ଆସନକୁ ଗିଳିବା ଅର୍ଥାତ ମହାଜନଠାରୁ କରଜ କରି ସେହି ମୂଳ ଧନରେ ବ୍ୟବସାୟ ଆରମ୍ଭ କରିଥିବା ବ୍ୟକ୍ତି କ୍ରମେ କ୍ରମେ ମୂଳ ଧନକୁ ଖରଚ କରିବାର ଦେଖା ଗଲେ ଏ ପ୍ରବଚନଟି ଲୋକେ କହନ୍ତି ଏହି ଅର୍ଥରେ ମଧ୍ୟ 'ଖଟୁଳି ଖାଇ ଦିଅଁକୁ ଖାଇବା, ଖଟୁଳି ଖାଇ ଦିଅଁଙ୍କୁ ହାତ ବଢାଇବା' ମଧ୍ୟ ବୋଲାଯାଏ]

୨: କ୍ଷୁଦ୍ର ଠାକୁର ବିମାନ — ୨. A small conveyance for a Deity.

୩: ଛୋଟ ଖଟ —୩. A small bedstead.

ଶୋଇବାକୁ ଦେବି ଖଟୁଳି ମାଳି ଘରୁ ମୁଁ ଆଣି ନନ୍ଦକିଶୋର. ନିର୍ଝରିଣୀ