ଶବ୍ଦାର୍ଥ:

ଖଟିବା
ଉଚ୍ଚାରଣ: Khaṭibā
খাটা कामकरना

ଦେ. କ୍ରି. (ସଂ. ଖଟ୍ଟ ଧାତୁ=ଆଚ୍ଛାଦନ କରିବା) —

୧: ସେବା କରିବା — ୧. To render personal service.

ଖଟେ ଅଷ୍ଟଦୁର୍ଗନାଥ ତୋ ପଦେ ପହିଲୁରେ କବିସୂର୍ଯ୍ୟ କିଶୋରାଚମ୍ପୁ ଖ ଗୀତ

୨: ବିଶେଷ ପରିଶ୍ରମ କରିବା — ୨. To labour hard.

୩: ଚାକିରି ସ୍ବୀକାର କରିବା — ୩. To accept service.

ଖଟିଥିବ ଗୁଣଚିହ୍ନା ନରପତି ପ୍ରାଣ—ଢଗ

୪: ପ୍ରଯୁଜ୍ୟ ହେବା —୪. To fit; to suit.

୫: କାର୍ଯ୍ୟ କରିବା —୫. To work.

୬: ସ୍ବାମୀର ସେବା ଅର୍ଥରେ ଅର୍ଥାତ ସ୍ତ୍ରୀ ରଜସ୍ବଳା ହୋଇ ସର୍ବ ପ୍ରଥମେ ସ୍ବାମୀ ଘରକୁ ଯାଇ ସ୍ବାମୀଙ୍କ ସଙ୍ଗେ ସଂସାର କରିବା; ପହିଲିପାଳି ଯିବା — ୬. (said of a girl) To be with the husband after puberty.

୭: (ମେହେନ୍ତରାଣୀ ପାଇଖାନାକୁ)— ସାଫ କରିବା; ପାଇଖାନା ଖଟିବା — ୭. (said of a sweeper woman) To sweep the latrine clean.

୮: ଭୃତ୍ୟ ପରି ଆଜ୍ଞାବହ ହେବା — ୮. To wait on another like a servant.

୯: ମିଳିବା; ଯୁଟିବା — ୯. To be obtained; to be had.

ଯେ ପ୍ରାଣୀ ଅତି କର୍ମହୀନ କର୍ମେ ନ ଘଟେ ତାକୁ ଅଳ୍ପ ଭୂପତି, ପ୍ରେମପଞ୍ଚାମୃତ

୧: ଯୋଗାଇବା; ଯୁଟାଇବା —୧. To supply.

କୋଠ ଗଉଡ଼ ଆମ୍ଭେ ଅଟୁଁ ନିଯୋଗ ଦୁଧ ଖଟୁଁ ଭୂପତି. ପ୍ରେମପଞ୍ଜାମୃତ

୧୧: (ମନକୁ) ପାଇବା; ପସନ୍ଦ ହେବା — ୧୧. To meet with the approvals of (one's mind).

ଯେମା ସଦୃଶେ ଏହି ବର ହୋଇ ଦେଖି ଆମର ମନକୁ ଖଟଇ ଚାଟଇଚ୍ଛାବତୀ

୧୨: ଆଶ୍ରୟ କରିବା —୧୨. To depend on.

ଦେହର ଛାଇ ଭଳି ତୁମର ବୁଦ୍ଧିଟି ଅନୂରତ ହୋଇ ଧର୍ମକୁ ଅଛି ଖଟି କୃଷ୍ଣସିଂହ ମହାଭାରତ, ବନ

୧୩: (ଜେଲ୍ଖାନାରେ) ଦଣ୍ଡ଼ ଭୋଗ କରିବା — ୧୩. To undergo (the sentence of imprisonment).