ଶବ୍ଦାର୍ଥ:

ଖଟଣି
ଉଚ୍ଚାରଣ: khaṭaṇi

ଦେ. ବି —

୧: ଦେବତା ବା ରାଜାଙ୍କ ପ୍ରାତ୍ୟହିତ ସେବା ବା ନୀତି — ୧. programme of personl service said of kings and Deities.

ଖଟଣିରେ ଥିବେ ଯେଝା ସେବାନ୍ତ ଆବୋଇ—ପ୍ରତାପ. ଶଶିସେଣା

୨: ଦେବତାଙ୍କ ନିକଟରେ ଖଞ୍ଜା ଥିବା ଦୈନିକ ଭୋଗ — ୨. Fixed daily offerings before a Deity.

୩: ରାଜା ବା ଦେବତାଙ୍କ ପିନ୍ଧିବା ବସ୍ତ୍ର — ୩. Wearing apparel of a king or Deity.

୪: ଗହଣ; ରାଜା ବା ଦେବତାଙ୍କ ସେବାରେ ନିଯୋଜିତ ଭୃତ୍ୟଦଳ —୪. Retinue.

ଆସିଥିଲି ଖଟଣିରେ ଶ୍ରୀଚକ୍ର ଛାମୁରେ ଆଜି ମୁହଁ—ରାଧାନଥ. ମହାୟାତ୍ରା

୫: କର୍ମ —୫. Duty.

ଆନନ୍ଦେ ବଞ୍ଚିଲେ ଦିବସ ନୃତ୍ୟ ଖଟଣି ଗୀତ ରସ—ଜଗନ୍ନାଥ. ଭାଗବତ

ଦେ. ବିଣ —

୧: ରାଜା ଓ ଦେବତାଙ୍କ ସେବାରେ ନିଯୋଜିତ (ଭୃତ୍ୟ) —୧. (Servants) Engaged in rendering personal service to kings and Deities.

ଜାତି ନଳିନୀ ଖଟଣି ମାଳିନିଏ ତେଣୁ ବିରଚିଲେ ଏ ଭାବ— ଭଞ୍ଜ—କୋଟିବ୍ରହ୍ମାଣ୍ଡସୁନ୍ଦରୀ

୨: ରାଜା ବା ଠାକୁରଙ୍କ ଲାଗି ହେବା (ମାଲ୍ୟାଦି) — ୨. (flowers etc) Worn by kings or Deities.

ଖଟଣି ପୁଷ୍ପଟି ୟତ୍ନେ ମୋପରିରେ ଗୁଛ—ଭଞ୍ଜ.କୋଟିବ୍ରର୍ହ୍ମାଣ୍ଡସୁନ୍ଦରୀ

୩: ଠାକୁରଙ୍କଠାରେ ଭୋଗ ଲାଗିବା (ପଦାର୍ଥ; ମହାପ୍ରସାଦ) — ୩. (offerings) Made to Gods; (articles) offered to Gods.