ଶବ୍ଦାର୍ଥ:

ଖଞ୍ଜିବା
ଉଚ୍ଚାରଣ: Khan̄jibā

ଦେ. କ୍ରି—(ସଂ. ଖଚ୍ ଧାତୁ) —

୧: ବନ୍ଦୋବସ୍ତ କରିବା — ୧. To settle; to arrange.

୨: ସୁଚାରୁରୂପେ ଯୋଡ଼ିବା; ସଜ୍ଜିତ କରିବା — ୨. To equip; to arrange methodically or fittingly.

୩: ଉପଯୁକ୍ତ ସ୍ଥଳରେ ଅଳଙ୍କାର ପିନ୍ଧାଇବା ବା ପିନ୍ଧିବା — ୩. To put on proper ornaments at proper places.

କାହାର କର୍ଣ୍ଣେ କୁଣ୍ଡଳ ଖଞ୍ଜିବିରେ ମୋର ବାଳ କାହାପାଇଁ କରୁଥିବି ଚିନ୍ତାରେ ଜୀବଧନ ଭକ୍ତଚରଣ. ମଥୁରାମଙ୍ଗଳ

୪: କୌଣସି ଦେବକାର୍ୟ୍ୟ ବା ସେବା ଉଦ୍ଦେଶ୍ୟରେ ସମ୍ପତ୍ତିକୁ ସ୍ଥାୟୀ ଭାବରେ ଅର୍ପଣ କରିବା —୪. To endow settle properties for particular purposes.

୫: ପୂର୍ବରୁ ବନ୍ଦୋବସ୍ତ କରିବା — ୫. To arrange before-hand; to prearrange.

ଦଇବ ଖଞ୍ଜିଛି ଆହାର ଏହା ମୋତେ—କୃଷ୍ଣସିଂହ. ମହାଭାରତ. ବନ

୬: ସ୍ଥାପନ କରିବା —୬. To set; to fix.

ଭିଡ଼େ ପଦବଞ୍ଜ ଖଞ୍ଜ ଧରଣି ତଳେ—କବିସୂର୍ଯ୍ୟ. କିଶୋରିଚମ୍ପୁ.ଭ ଗୀତ

୭: କର୍ମରେ ବା କପାଳରେ ଲେଖିବା; ବରାଦ କରିବା — ୭. To ordain.

ଦୁର୍ଯ୍ୟୋଧନ ବଣରେ ଲଙ୍ଘିଲା ୟା ତୁମ୍ଭଙ୍କୁ, ତହିଁରେ ଫଳ ବହି ଖଞ୍ଜିଲା ଆମ୍ଭଙ୍କୁ କୃଷ୍ଣସିଂହ. ମହାଭାରତ. ବନ

୮: ବିଧାନ କରିବା; ସୃଷ୍ଟି କରିବା — ୮. To create; to enact; to formulate.

କେଡ଼େ କଷ୍ଟକୁ ମୋତେ ଖଞ୍ଜିଲା ଦଇବ କୃଷ୍ଣସିଂହ. ମହାଭାରତ. ବନ

୯: ନିବେଶିତ କରିବା —୯. To set.

ମଞ୍ଜୀର ଶିଞ୍ଜିତେ ଖଞ୍ଜି କାନ ନିରେଖି ବସିଛି ପଥ କବିସୂର୍ଯ୍ୟ. କିଶୋର ଚମ୍ପୁ. ଞ୍ଜ ଗୀତ

୧: ନୁଯୁକ୍ତ କରିବା —୧୦. To engage; to employ.

ଏମନ୍ତେ ଶୀଘ୍ର ଘେନିଗଲା, ବିମନ ବୁହାରେ ଖଞ୍ଜିଲା ଜଗନ୍ନାଥ. ଭାଗବତ