ଶବ୍ଦାର୍ଥ:

ଖଜୁରି
ଉଚ୍ଚାରଣ: Khajuri
ସଂ. ଖରସ୍କନ୍ଧା, ଦୁରାରୋହା ସ୍ବାଦ୍ବୀ; ଦୁଷ୍ପ୍ରଧ୍ରର୍ଷ; ୟବନେଷ୍ଟା; ଖର୍ଜୂର; ଖର୍ଜୂରୀ, ନିଃଶ୍ରେଣୀ খেজুর खजूर सोन्धि; खजि. थलमा ते. इण्टा, खजुर म. शिन्दि, खजुरी गु खुजुरी, खारक पण. तमररुतब् आ. खुर्मातर

ଦେ. ବି (ସଂ. ଖର୍ଜୂରି) —

ତାଳାଦି ଶ୍ରେଣୀର ଦେଶୀର ଡେଙ୍ଗା ବୃକ୍ଷ ଓ ତହିଁର କୋଳି — The date-palm and its berriec; the wild date Phoenix Sylvestris; Indian date-palm (Haines).

[ ଦ୍ର—ଏହାର କୋଳିରେ ଚୋପା ଓ ମାସଂ ଅତି କମ୍; ତଥାପି ଏହା ପାଚିଲେ ପିଲାମାନେ ଓ ଇତରଲୋକେ ଖାଆନ୍ତି ଗଛରେ ଅସଂଖ୍ୟ ଫଳ ପେନ୍ଥା ପେନ୍ଥା ହୋଇ ଫଳେ ପ୍ରଥମେ ନେଳି; ପରେ ହଳଦିଆ; ପୂର୍ଣ୍ଣରୂପେ ପାଚିଗଲେ ନାଲି ହୁଏ ଏହି ଗଛର ପତ୍ର ସରୁ ଓ ଭାରି ମୁନିଆଁ ଏହାର ଛାଲି ବା ଡାଳରେ ପିଞ୍ଚ (ବା ଗୋରୁଙ୍କ ଦେହରୁ ମାଛି ଉଡ଼ାଇବା ପାଇଁ ଓ ଧାନଗଛକୁ ଗୋରୁଙ୍କ ମୁହଁରୁ ରକ୍ଷା କରିବା ପାଇଁ ଗୋବର ଛାଟିବା ନିମନ୍ତେ ଚାମର) ଓ ଛାଞ୍ଚୁଣୀ ହୁଏ ଏଥିର ପତ୍ରରେ ଏକପ୍ରକାର ଆସନ ବା ପଟି ଘୁଷୁରିଆଜାତୀୟ ସ୍ତ୍ରୀଲୋକେ ବୁଣନ୍ତି; ଏହାର କନ୍ଦା ବା ବୃକ୍ଷାଗ୍ରର କୋମଳ କନ୍ଦ ସୁଖାଦ୍ୟଂ ଓ ମିଠା ଆମ ଦେଶରେ ସିଅଳମାନେ ଏ ଗଛର ବେକ

କାଟି ସେଥିରୁ ରସ ବାହାର କରନ୍ତି ସେ ରସର ନାମ ତାଡ଼ି ଖରା ବାଜିଗଲେ ଏ ରସ ଭାରି ମାଦକ ହୁଏ ଏହି ତାଡ଼ିକୁ ଇତରଲେକେ ମଦ କହନ୍ତି ଏହି ତାଡ଼ି ସରକାରଙ୍କ ମାଦକଦ୍ରବ୍ୟ— ତାଲିକାର ଅନ୍ତର୍ଭୁକ୍ତ; ତେଣୁ ଗଛରୁ ତାଡ଼ି ବାହାର କରିବା ଓ ବିକ୍ରି କରିବା ନିମନ୍ତେ ସରକାର କର ନିଅନ୍ତି ଏଥିର ରସରୁ ବଙ୍ଗଦେଶରେ ଗୁଡ଼ ଓ ଚିନି ତିଆରି ହୁଏ ବଙ୍ଗଦେଶରେ ଖଜୁରିରସ ପିଇବା ସମ୍ବନ୍ଧେ ସେତେ ବାରଣ ନାହିଁ କିନ୍ତୁ ଆମ ଦେଶରେ ପାଣ, କଣ୍ଡରା , ବଉରୀ, ଡମା, ଚମାର, ହାଡ଼ିଆଦି ଛୋଟଜାତୀୟ ଲୋକଙ୍କ ଛଡ଼ା ଅନ୍ୟମାନେ ପ୍ରକାଶ୍ୟରେ ଏହା ସେବନ କଲେ ଜାତି ହରାନ୍ତି

ଖଜୁରିଗଛ ଦୁଇ ପ୍ରକାର ଯଥା—(୧: ) ବଡ଼ ଖଜୁରି; (୨: ) ଭୂଇଁ ଖଜୁରୀ ସିନ୍ଧୁ, ଆରବ, ପାରସ୍ୟ, ମିସର ଆଦି ଦେଶରେ ଖଜୁରିଫଳ ଖୁବ୍ ମିଠା ଓ ମାଂସଳ; ଏହାକୁ ପିଣ୍ଡଖର୍ଜୂର କହନ୍ତି ନେପାଳ ତରାଇ ପ୍ରଦେଶରେ ହାତେ ଦେଢ଼ହାତ ଉଚ୍ଚ ଗଛରେ ଫଳିବା ଖଜୁରିକୋଳି ଛୋଟ ଛୋଟ ଓ ଏଥିର ମଞ୍ଜି ଅତି ବଡ଼ ଓ ଶଷ ଖୁବ୍ କମ୍ ଥାଏ ଆଉ ଏକପ୍ରକାର ଖଜୁରିଫଳ ଦ୍ରାକ୍ଷାପରି ଆକୃତିବିଶେଷ୍ଟ, ଏହା ଦ୍ବୀପାନ୍ତରରୁ ଏ ଦେଶକୁ ଆସେ; ଏହାକୁ ଛୁଆରା କହନ୍ତି ପଶ୍ଚିମଦେଶୀୟ ପାଚିଲା ଖଜୁରିଫଳକୁ ଶୁଖାଇ କାବୁଲିମାନେ ବିକନ୍ତି ଏହାକୁ ଖୁର୍ମା କହନ୍ତି ବୈଦ୍ୟଶାସ୍ତ୍ର ଅନୁସାରେ ଖଜୁରିକୋଳି ଶୀତବୀର୍ୟ୍ୟ, ମଧୁରରସ, ମଧୁରିବିପାକ, ସ୍ନିଗ୍ଧ, ରୁଚିକର, ହୃଦୟଗ୍ରାହୀ, କ୍ଷତ ଓ କ୍ଷୟନାଶକ, ରକ୍ତପିତ୍ତ— ନାଶକ, ପୁଷ୍ଟିକର, ବିଷ୍ଟମ୍ଭି, ଶୁକ୍ରବର୍ଦ୍ଧକ ଓ ବଳକାରକ ଏହା କୋଷ୍ଠଗତବାଯୁ, ବମି, ବାତଶ୍ଳେଷ୍ମଦୋଷ, ଜ୍ବର, ଅତିସାର, କ୍ଷୁଧା, ତୃଷ୍ଣା, କୋଶ, ଶ୍ବାସ, ମତ୍ତତା, ମୂର୍ଚ୍ଛା, ମଦାତ୍ୟୟ ଓ ବାତପିତ୍ତ— ନାଶକ, ଖଜୁରିରସ ମତ୍ତତାଜନକ, ପିତ୍ତତାଜନକ, ପିତ୍ତକାରକ,ବାତଘ୍ନ, କଫ— ନାଶକ, ରୂଚିଜନକ, ଅଗ୍ନିଦୀପକ, ବଳକର ଓ ଶୁକ୍ରବର୍ଦ୍ଧକ]

ଖଜୁରି ଗଛର କି ଗୁଣ ବାହୁନିବି ମୂଳରୁ ପାହାଚ ପାହାଚ ପ୍ରବଚନ

୨: ଗଜା; ଏକ ପ୍ରକାରର ମସକା ଘୃତପକ୍ବ ମିଠାଇ — ୨. A kind of fagile sweetmeat.