ଶବ୍ଦାର୍ଥ:

ଖଜା
ଉଚ୍ଚାରଣ: Khajā
খাজা खाजा. खजुआ, खजला

ସଂ. ବି (ଖଜ୍ ଧାତୁ=ମନ୍ଥନ କରବା+କର୍ତ୍ତୃ. ଅ+ଆ) —

୧: ଗୁଆ; ମନ୍ଥନଦଣ୍ଡ —୧. Churning stick; churner.

୨: ଦର୍ବୀ; ଚଟୁ —୨. A flat spoon to dip into and stir hot and boiled food in preparation.

୩: ଅଣ୍ଡକ —୩. Ladle; spoon with a long handle.

୪: ମନ୍ଥନ —୪. Churning.

୫: ଘଣ୍ଟା; ଘାଣ୍ଟିବା —୫. Agitating; stirring.

୬: ମାରଣ —୬. Killing.

୭: ଯୁଦ୍ଧ —୭. Battle.

୮: ବିସ୍ତୃତ ଆଙ୍ଗୁଳି ସହ ହସ୍ତ (ଏହା ଚଟୁ ପରି ଦେଖା ୟାଉଥିବାରୁ) — ୮. The hand with fingers extended.

ଦେ. ବି (ସଂ. ଖାଦ୍ୟ; ପ୍ରା. ଖକ୍ମଂ; ସଂ. ଖର୍ଜୁରିକା= ମିଷ୍ଟାନ୍ନବିଶେଷ) —

୧: ବିଲୁଆ; ଗୁଡ଼ ବା ଚିନି ଆଉଟା ହୋଇ ତିଆରି ହୋଇଥିବା ପିଠା (ଏହା ଉପରେ ରାଶି ବା ତିଳ ଗୋଟି ଗୋଟି ହୋଇ ବୁଣା ହେଲା ପରି ଦିଆଯାଇଥାଏ) ଫେଣା — ୧. Sugarplum; a sweetmeat or chocolate made from sugar boiled and ladled, on which sessamum seed are strewn a pie crust. [ ଦ୍ର—ତିଲୁଆ ବା ମକର (ମାଘ ମାସ) ସଂକ୍ରାନ୍ତିରେ ଦେବତାଙ୍କୁ ଖଜା ବା ତିଲୁଆ ଭୋଗ ହୁଏ ]

୨: ଫେଣୀ; ଜଗନ୍ନାଥମହାପ୍ରଭୁଙ୍କ ଶୁଖୁଲି ମହାପ୍ରସାଦ ଘୃତ— ପକ୍ବପିଷ୍ଟକବିଶେଷ (ସଂ. ନାମ. ଫେନିକା) — ୨. A kind of sewet cake offered to Jagannathg at Puri.

[ ଦ୍ର—ଘୃତବହୁଳ ମଇଦାକୁ ମଇଦାକୁ ଚକଟି ତହିଁରେ ଦୀର୍ଘାକୃତ ବର୍ତ୍ତି ପ୍ରସ୍ତୁତ କରି ତାକୁ ପଟା ଉପରେ ରଖି ବେଲି ମୋଟା ରୁଟି କରାଯାଏ; ସେ ରୁଟି ଉପରେ ଚାଉଳ ଚୂନା ଓ ଘିଅମିଶା ପିଠଉ ବୋଳି ତାକୁ

୨୩: ଓଡ଼ କରି ଲମ୍ବ ବର୍ତ୍ତୃ କରି ପୁଣି ଲମ୍ବାକରି ବେଲିବାକୁ ହୁଏ ଏହି ଲମ୍ବ ଚଟକା ରୁଟିକୁ ଘିଅରେ ଛାଣିଲେ ତାହା ପତଳା ପତଳା ବହୁପ୍ରସ୍ତଯୁକ୍ତ ପିଠା ହୁଏ ଉକ୍ତ ପିଠାକୁ ଶିରାରେ ବୁଡ଼ାଇ ମିଠା କରାଯାଏ ]

ପ୍ରାଦେ —

୧: (ଗଞ୍ଜାମ) ବି.—ଗୁଡ଼ ବା କନ୍ଦରେ ତିଆରି ମିଠେଇ — ୧. Any sweetmeat.

ଏହା କହି ପଣା ପଇଡ଼ ନାନ ଖଜା ଖୁଆଇଲେ ହରି ନେବାକୁ ତାଙ୍କ ମଜ୍ଜା—କୃଷ୍ଣସିଂହ. ମହାଭାରତ, ବନ

[ ଦ୍ର—ଗଞ୍ଜାମରେ ସାଧାରଣତଃ ମିଠାଇର ନାମ ଖଜା ]