ଶବ୍ଦାର୍ଥ:

ଖଚୁଆ
ଉଚ୍ଚାରଣ: Khachuā
চুগলিখোর चुगलखीर

ଦେ. ବିଣ. ପୁଂ

(ଯେ ପ୍ରଭୁ ଆଗରେ ଭୃତ୍ୟର ପରୋକ୍ଷରେ ନନ୍ଦା କରେ —Back-bitting.

ଖଚୁଆ ଯେ ଶୁଣିଥିଲେ ଏ କଥାୟାକ—କୃଷ୍ଣସିଂହ. ମହାଭାରତ. ଉଦ୍ଯୋଗ

ଦେ. ବି. —

୧: କେଳାମାନଙ୍କ ବାଜିଗିରି ସମୟରେ ରଖା ଯାଇଥିବା କନା ତିଆରି କଣ୍ଢେଇ — ୧. A doll made of rags and set up by magicians representing a backbiter.

[ଦ୍ର—କେଳାମାନେ ବହୁତ ଦେଖାଇବା ସମୟରେ କନାର ଗୋଟିଏ ମନୁଷ୍ୟାକୃତି ମୁର୍ତ୍ତି ବା କଣ୍ଢାଇ ପାଖରେ ରଖି ଥାଆନ୍ତି ଓ କଥାକଥାକେ ତା' ମୁହଁରେ ଛେପ ପକାଉ ଥାଆନ୍ତି; ସଙ୍ଗେ ସଙ୍ଗେ କହୁଥାନ୍ତି ପ୍ରଭୁ ଅର୍ଥାତ୍ ୟାହାଙ୍କ ଆଗରେ ସେ ବାଜିଗିରି ଦେଖାଉଥାଏ ଯେ ରାଜଦ୍ବାରରେ ଚୁଗୁଲି କହୁଛି, ତା ମୁହଁରେ ଥୁକ୍ କେଳାମାନେ ଏ କନାରେ ତିଆରି ପିତୁଳାକୁ ଖଚୁଆ ଏବଂ ଅଦିଆ ଏ ଦୁଇ ନାମ ଦେଇ ଥାଆନ୍ତି]

୩: ଖଚୁଆ ତାରା (ଦେଖ) Khachuā tarā (See)