ଶବ୍ଦାର୍ଥ:

ଖଚର
ଉଚ୍ଚାରଣ: Khachara
(ଖଚରୀ—ସ୍ତ୍ରୀ)

ସଂ. ବିଣ. ପୁଂ. (ଖ=ଆକାଶ+ଚର ଧାତୁ+କର୍ତ୍ତୃ. ଅ; ଏ ଶବ୍ଦର ଅନ୍ୟ ରୂପ ଖେଚର) —

୧: ଆକାଶଚାରୀ — ୧. Moving in the sky.

୨: ଉଡ଼ୁ ଥିବା —୨. Flying.

ସଂ. ବି. ପୁଂ —

୧: ଖଗ (ଦେଖ) ୧. Khaga (See)

୨: ରାକ୍ଷାସ —୨. Demon.

୩: ଭୂତ —୩. Aerial spirits.

୪: ଗନ୍ଧର୍ବ; ବିଦ୍ୟାଧର — ୪. Aerial beings.

୫: ପାରଦ —୫. Quiick-silver.

୬: ଜ୍ଯୋତିଷୋକ୍ତ ରାଶି —୬. Sing of the Zodiac.

୭: ରୂପକ ତାଳବିଶେଷ — ୭. A kind of measure in music.

ଦେ. ବି —

ଅଶ୍ବତର; ଖରଡ଼ —Mule.