ଶବ୍ଦାର୍ଥ:

ଖଚଡ଼ା କରିବା
ଉଚ୍ଚାରଣ: Khachaṟḍ̠ā karibā

ଗ୍ରା. କ୍ରି —

୧: କୌଣସି କାର୍ୟ୍ୟକୁ ଉତ୍ତମରୂପେ ସମ୍ପାଦନ ନ କରି ବିଗାଡ଼ିବା ବା ଅସମ୍ପୁର୍ଣ୍ଣ କରିବା — ୧. To do a thing half-heartedly; to leave a work half-done.

୨: ମନ ଦେଇ କାମ ନ କରିବା; କାମରେ ତ୍ରୁଟି କରିବା — ୨. To commit neglect of duty; to do a thing by fits and starts.

୩: କୌଣସି କାର୍ୟ୍ୟକୁ ଜଣେ ଧାରାବାହିକରୂପେ ସମ୍ପାଦନ ନ କରି ଏକାଧିକ ବ୍ୟକ୍ତି ତହିଁରେ ଏକାବେଳକେ ହାତ ଦେବା — ୩. To have a thing done by more than two (which makes the thing faulty or badly done).