ଶବ୍ଦାର୍ଥ:

ଖଗ
ଉଚ୍ଚାରଣ: Khaga

ସଂ. ବିଣ. (ଖ=ଆକାଶ+ଗମ୍ ଧାତୁ=ଯିବା+କର୍ତ୍ତୃ. ଅ) —

ଆକାଶଚର —Moving in the sky.

ସଂ. ବି —

୧: ବିହଙ୍ଗ; ପକ୍ଷୀ —୧. Bird.

୨: ବାଣ —୨. Arrow.

୩: ସୂର୍ଯ୍ୟ —୩. The sun.

୪: ମେଘ —୪. Cloud.

୫: ଦେବତା —୫. Gods of the Hindus.

୬: ଶଲଭ; ଝିଣ୍ଟିକା —Locust; grass-hopper.

୭: ବାଯୁ —୭. Wind.

୮: ଗ୍ରହ —୮. Planet.

୯: ଗନ୍ଧର୍ବ —୯. A clan of heavenly choristers.

୧: ଚନ୍ଦ୍ରମା —୧୦. The moon.

୧୧: ପକ୍ଷଯୁକ୍ତ କୀଟ — ୧୧. An airmoving insect. (M.W.)

ଦେ. ବି. (ସଂ. ଖଡ୍ଗ) —

କୁମ୍ଭୀରର ଖଡ୍ଗ ପରି ହୋଇଥିବା ଜନ୍ତୁର ଚଟକ ଓ ଲମ୍ବ ଲାଞ୍ଜ — The saw-like tail of an alligator.

ସରସ୍ବତୀଙ୍କ ରାଣ ତତେ, ଖଗମୁଣ୍ଡ ଦେଖା ମତେ ଶିଶୁଗୀତ

[ଦ୍ର—ଏହି ଖଗ କୁମ୍ଭୀରକୁ ପହଁରିବାରେ ସାହାଯ୍ୟ କରେ; ଏହାକୁ କୁମ୍ଭୀର ଆକ୍ରାନ୍ତ ଜନ୍ତୁ ଉପରେ ପିଟି ଦେଇ ଜନ୍ତୁକୁ ପାଣି ଭିତରକୁ ଛାଟି ଦିଏ]