ଶବ୍ଦାର୍ଥ:

ଖଇ ଫୁଟିବା
ଉଚ୍ଚାରଣ: Kshai phūṭibā
খইফুটা

ଦେ. କ୍ରି —

୧: ଖଇ ଭାଜିଲାବେଳେ ଅଗ୍ନି ଉପରେ ବସିଥିବା ହାଣ୍ଡି ମଧ୍ୟରେ ଧାନୟାକ ଉତ୍ତାପ ଯୋଗେ ଯେଉଁପରି ଚଡ଼ ଚଡ଼ ଶବ୍ଦ କରି ଇତସ୍ତତଃ ବହୁ ସଂଖ୍ୟାରେ ଡ଼େଇଁ ଉଠୁଥାଏ ସେହିପରି ଅପର୍ୟ୍ୟାପ୍ତରୂପେ ଡ଼େଇଁବା ୧. To frisk about all over the place like paddy while being fried.

[ଦ୍ର—ଅନେକଗୁଡ଼ିଏ ଛୋଟ ମାଛ ଅଳ୍ପ ପାଣିରେ ପଡ଼ିଗଲେ କିମ୍ବା ପାଣି ଶୁଖିଲେ ହାଣ୍ଡିରେ ଖଇ ଫୁଟିବା ପରି ମାଛମାନେ ଉପର୍ୟ୍ଯୁପରି ଡ଼ିଅନ୍ତି ଓ ଲୋକେ କହନ୍ତି—ସେଠାରେ ମାଛ ଖଇ ଫୁଟୁଛନ୍ତି] —

୨: ବିଶେଷ ଉଷ୍ଣ ହେବା (ଏପରି ଉଷ୍ଣତା ଯେ ୟାହାଦ୍ବାରା ଧାନକୁ ଭାଜିଲେ ଖଇ ହୋଇ ପାରେ; ଦେହରେ ଜ୍ବରର ତାପ ଖୁବ୍ ବୃଦ୍ଧି ପାଇଲେ ଲୋକେ କହନ୍ତି—ତା ଦେହରେ ଜର ବା ତାତି ଖଇ ଫୁଟୁଛି) — ୨. To be exceedingly warm or hot (said of a body heated with high fever and temperature).

୩: ଖଇ ଭାଜିଲାବେଳେ ଯେପରି ଉପର୍ୟ୍ଯୁପରି ଚଡ଼ ଚଡ଼ ଶବ୍ଦ ହୁଏ, ସେହିପରି ବେତରେ ଉପର୍ଯୁପରି ପ୍ରହାର କରିବା — ୩. (strokes) To sound like the cracking sound of paddy while being fried.

(ଯଥା—ମାଡ଼ରେ ତା ଦିହରେ ଖଇ ଫୁଟିଲା)

୪: ଖଇ ଭାଜିଲାବେଳେ ଧାନ ଫାଟିଯାଇ ଯେପରି ଅତି ଚଞ୍ଚଳ ଚଞ୍ଚଳ ଟୁକ୍ଟାକ୍ ଶବ୍ଦ ହୁଏ, ସେହିପରି ଶବ୍ଦ କରିବା — ୪. To emit a cracking sound (like paddy while being fried)