ଶବ୍ଦାର୍ଥ:

ଖଇଚଡ଼ା
ଉଚ୍ଚାରଣ: Khaichaṟḍ̠ā
খইচড়া; খইছাড়া

ଦେ. ବି. —

ଦରଫୁଟା ଖଇ; ମୁଡ଼ୁକା ଖଇ — Paddy which has been left half-fried.

[ଦ୍ର—ଧାନକୁ ଭାଜିଲେ ସେଥିରୁ ୟାହା ଉତ୍ତମ— ରୂପେ ଫୁଟିଯାଏ ତାକୁ ଖଇ ବୋଲାଯାଏ ୟାହା ଉତ୍ତମରୂପେ ନ ଫୁଟି ଅର୍ଦ୍ଧ ଖଇ ଅବସ୍ଥାରେ ଧାନଖୋଳପା ମଧ୍ୟରେ ଲାଗିରହିଥାଏ, ତାକୁ ଖଇଚଡ଼ା କହନ୍ତି ଏ ଗୁଡ଼ିକ ସହଜରେ ଧାନରୁ ପୃଥକ୍ କରାଯାଇପାରେ ନାହିଁ ଉକ୍ତ ଖଇଚଡ଼ା ଗୁଡ଼ିକ ଢ଼ିଙ୍କିରେ କୁଟି ପାଛୁଡ଼ି ଦେଲେ ଧାନ ଚୋପାଗୁଡ଼ିକ ସ୍ବତନ୍ତ୍ର ହୋଇଯାଏ ଓ ଖଇଚଡ଼ା ଗୁଡ଼ିକ ଚୁଡ଼ା ପରି ବାହାରେ

ଅନେକ ସ୍ଥଳରେ ଧାନକୁ ଭାଜିବାପରେ ଖଇ ମିଶା ଧାନକୁ ହାତରେ ସମାନ୍ୟଭାବରେ ମଳି ଦେଲେ ଖଇରୁ ଧାନଚୋପା ଗୁଡ଼ିକ ଅଲଗା ହୋଇଯାଏ ସେ ଗୁଡ଼ିକ ସାଧାରଣତଃ ଲୋକେ ଫୋପାଡ଼ି ଦିଅନ୍ତି ଏବଂ ଅତି ଗରିବ ବା ହୀନଦୃଷ୍ଟିର ଲୋକେ ଏହାକୁ ଖାଆନ୍ତି]