ଶବ୍ଦାର୍ଥ:

ଖଇ
ଉଚ୍ଚାରଣ: Khai
খই खील; लाबा; लाइ

ଦେ. ବି. (ସଂ. ଖଇକା) —

୧: ଧାନ, କଇଁବେଣ୍ଟ, ବାଜରା— ଆଦି ଶସ୍ୟ ଭାଜିଲେ ତହିଁରୁ ଉତ୍ପନ୍ନ ଲିଆ; ଲାଜ; ଭୃଷ୍ଟଧାନ୍ୟ; ଲିଆ —୧. Fried paddy and other grains.

ଉଡ଼ନ୍ତା ଖଇ ଗୋବିନ୍ଦାୟ ସ୍ବାହା ଢ଼ଗ

[ଦ୍ର—ଖଇ ସୁପାଚ୍ୟ ଖାଦ୍ୟ; ଏଥିଯୋଗୁଁ ଜ୍ବରଆଦି ରୋଗରେ ପଥ୍ୟ ଏହା ଭାରି ହାଲୁକା ଥିବାରୁ ସାମାନ୍ୟ ପବନରେ ଉଡ଼ିଯାଏ ଖଇ ହିନ୍ଦୁମାନଙ୍କର ଅନେକ ମଙ୍ଗଳ କାର୍ୟ୍ୟରେ ବ୍ୟବହୃତ ହୁଏ ରାଜାଆଦି ଶୁଭୟାତ୍ରା କଲା ବେଳେ ପ୍ରଜାମାନେ ରାଜାଙ୍କ ଉପରେ ଖଇ ବୃଷ୍ଟି କରନ୍ତି ସଧବା ସ୍ତ୍ରୀ ମଲେ ସ୍ବାମୀ ଶବ ଆଗେ ଆଗେ ଖଇ ଓ କଉଡ଼ି ବୁଣିବୁଣିକା ଶ୍ମଶାନ ପର୍ଯ୍ୟନ୍ତ ୟାଆନ୍ତି ଆଶୀର୍ବାଦଘର ଉପଲକ୍ଷରେ ସାଇପଡ଼ିଶାଙ୍କୁ ଖଇନଡ଼ିଆ ବଣ୍ଟାଯାଏ ବିଭାବେଦି ଉପରେ କନ୍ୟା ଆଞ୍ଜୁଳାଏ ଖଇ ଧରେ ଓ ବର କନ୍ୟାର ଆଞ୍ଜୁଳାକୁ ଧରି ସେ ଖଇକୁ ହୋମାଗ୍ନିରେ ପକାନ୍ତି—ଏହାକୁ 'ଲାଜାହୋମ' କହନ୍ତି]

୨: ଯେଉ ଲିଆରୁ ଧାନର ଚୋପା ପୃଥକ୍ ହୋଇ ନ ଥାଏ — ୨. Parched paddy from which the husks have not been separated.

୩: ଉଖୁଡ଼ା —୩. Parched paddy seasoned with sugar.

(ଯଥା—ଛାଚିଖାଇ)

ଗ୍ରା. ବି. —

ଖୋଇ; ମନ୍ଦ ଅଭ୍ୟାସ —Bad habit.