ଶବ୍ଦାର୍ଥ:


ଉଚ୍ଚାରଣ: Kha

ଦ୍ବିତୀୟ ବ୍ୟଞ୍ଜନ ବର୍ଣ୍ଣ —The second consonant in Sanskrit and Oriā

[ଦ୍ର—ଏହାର ଉଚ୍ଚାରଣ ସ୍ଥାନ କଣ୍ଠ ଏହା କ ବର୍ଗର ଦ୍ବିତୀୟ ବର୍ଣ୍ଣ ଅନ୍ୟ ବର୍ଣ୍ଣ ସଙ୍ଗେ ଯୁକ୍ତ ହେଲେ କୈଣସି ମାତ୍ରା ବା ଚିହ୍ନରେ ପରିଣତ ନ ହୋଇ ଏହା ଗୋଟା ସୁଦ୍ଧା ଯୁକ୍ତ ହୁଏ ଯଥା—ସ୍ଖ, କ୍ଖ; ଙ ସଙ୍ଗେ ଯୋଗ ହେଲା ବେଳେ ଯୁକ୍ତାକ୍ଷର ଙ୍ଖ ବା ଙ୍ଖ ରୂପ ଧାରଣ କରେ]

ସଂ. ବି.—(ଖନ୍ ଧାତୁ=ବିଦାରଣ କରିବା+କର୍ତ୍ତୃ. ଅ) —

୧: ସୂର୍ଯ୍ୟ —୧. The Sun.

୨: (+କର୍ମ .ଅ)—ଶୂନ୍ୟ; ଆକାଶ — ୨. The sky; atmosphere; space; the ether.

୩: ସ୍ବର୍ଗ —୩. Heaven.

୪: ସୁଖ —୪. Happiness.

୫: (ଖଦ ଧାତୁ=ସ୍ଥିର ହେବା+କର୍ତ୍ତୃ. ଅ)—ଇନ୍ଦ୍ରିୟ — ୫. An organ of sense.

୬: (ଖର୍ବ ଧାତୁ=ଗର୍ବ କରିବା+କର୍ତ୍ତୃ. ଅ)ଦେହ — ୬. Body.

୭: (ଖଟ୍ଟ ଧାତୁ=ସଂବରଣ କରିବା+କର୍ତ୍ତୃ. ଅ)—ନଗର — ୭. Town.

୮: (ଖଚ୍ ଧାତୁ=ଉତ୍ପନ୍ନବସ୍ତୁକୁ ପୁନରୁତ୍ପାଦନ କରିବା+କର୍ତ୍ତୃ. ଅ) ବ୍ରହ୍ମ —୮. The Supreme Spirit.

୯: ଜ୍ଞାନ —୯. Knowledge.

୧: ଶରୀରର ନବରନ୍ଧ୍ର (ପାଟି, ଦୁଇ ଆଖି, ଦୁଇ କାନ, ଦୁଇ ନାକପୁଡ଼ା, ଗୃହ୍ୟ ଓ ଜନନେନ୍ଦ୍ରିୟ) — ୧୦. One of the ୯ apertures of the body. (M.W.)

୧୧: (ଗଣିତ) ଶୂନ୍ୟ ସଂଖ୍ୟା — ୧୧. (arithmetic) Zero; cypher (M.W.)

୧୨: ମେଘନାଳ; ଅଭ୍ର —୧୨. Talc (M.W.)

୧୩: କର୍ମ —୧୩. Action (M.W.)

୧୪: ସୁଖ —୧୪. Happiness (M.W.)

୧୫: ବୋଧ —୧୫. Understanding (M.W.)

୧୬: ମୋକ୍ଷ, ନିର୍ବାଣ (ହି. ଶବ୍ଦସାଗର) — ୧୬. Spiritual Emancipation.

୧୭: (ଜ୍ୟୋତିଷ) ଜନ୍ମ କୁଣ୍ଡଳୀରେ ଦଶମ ସ୍ଥାନ— (ହି. ଶବ୍ଦସାଗର) ୧୭. (Astrology) The tenth astrological mansion in a horoscope. (M.W.)