ଶବ୍ଦାର୍ଥ:

କ୍ଷେତ୍ର
ଉଚ୍ଚାରଣ: Kshetra

ସଂ. ବି. (କ୍ଷି ଧାତୁ=ବାସ କରିବା; ବଞ୍ଚିବା+କରଣ. ତ୍ର; ୟାହା ଯୋଗୁ ମନୁଷ୍ୟ ବଞ୍ଚେ) —

୧: କିଆରି; ବିଲ; ଖେତ — ୧. A field of crops.

୨: ଭୂମି —୨. Land; soil.

୩: ଇନ୍ଦ୍ରିୟ — ୩. External organ of action; sense-organ.

୪: ମନ — ୪. Internal organ of action; mind.

୫: କର୍ମଭୂମି —୫. One's proper field of action; sphere of action.

୬: ଜନ୍ମଭୂମି —୬. Birth-place or origin.

୭: ଦେହ; ଶରୀର —୭. Human body.

୮: ଭାୟ୍ୟା; କଳତ୍ର —୮. A wife.

ତୋହର କ୍ଷେତ୍ରେ ମୁଁ ସମ୍ଭୁତ ହୋଇକି ଦେବହୁତି ସୂତ ଜଗନ୍ନାଥ. ଭାଗବତ

୯: ସ୍ଥାନ; ଅଞ୍ଚଳ —୯. Place; locality.

୧: ସିଦ୍ଧ ବା ପୁଣ୍ୟମୟ ସ୍ଥାନ; ତୀର୍ଥସ୍ଥାନ; ଧାମ — ୧୦. A holy place; a centre of pilgrimage.

[ଦ୍ର—ଭରତରେ ଅନେକ ପ୍ରସିଦ୍ଧ କ୍ଷେତ୍ର ଅଛି ଯଥା—ଗୟା, କାଶୀ, ପ୍ରୟାଗ, ମଥୁରା, ବୃନ୍ଦାବନ, ପୁରୀ, ଭୁବନେଶ୍ବର, କୁରୁକ୍ଷେତ୍ର, ରାମେଶ୍ବର, ଗଙ୍ଗାସାଗର ଇତ୍ୟାଦି; ତହିଁ ମଧ୍ୟରୁ କାଶୀ, ପୁରୀ, ବଦ୍ରିନାଥ ଓ ରାମନାଥ ଏହି ଚାରିଟି ପ୍ରଧାନ ଯେଉଁ ବ୍ୟକ୍ତି ଏହି ଚାରିଧାମରେ ବୁଲି ଆସେ ବା ଏଥିରୁ ଯେ କୌଣସି ତୀର୍ଥରେ ମୃତ୍ଯୁ ଲାଭ କରେ ସେ ମହା ପୁଣ୍ୟବାନ୍ ବୋଲି ବିବେଚିତ ହୁଏ

ଓଡ଼ିଶାରେ ମଧ୍ୟ ଅନେକ ଗୁଡ଼ିଏ କ୍ଷେତ୍ର ଅଛି ଯଥା— ପୁରୀ—ବିଷ୍ଣୁ ବା ଶଙ୍ଖକ୍ଷେତ୍ର; ଭୁବନେଶ୍ବର—ଶିବକ୍ଷେତ୍ର; କୋଣାର୍କ —ଅର୍କକ୍ଷେତ୍ର; ୟାଜପୁର—ବିରଜାକ୍ଷେତ୍ର, କେନ୍ଦ୍ରାପଡ଼ା—ତୁଳସୀ— କ୍ଷେତ୍ର]

୧୧: (ଜ୍ୟାମିତି) ଆକାରବିଶିଷ୍ଟ ରେଖାବେଷ୍ଟିତ ସ୍ଥାନ — ୧୧. (geometry) A figure; a space enclosed by lines drawn over a surface.

ଦେ. ବି —

ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର; ଶ୍ରୀକ୍ଷେତ୍ର; ପୁରୀ — Purī the seat of lord Jagannātha.