ଶବ୍ଦାର୍ଥ:

କ୍ଷିରିପୁଳି
ଉଚ୍ଚାରଣ: Kshiripuḻi

ଦେ. ବି. (ସହଚର) —

କ୍ଷିରି ଓ ବିରି ମିଶା ଚାଉଳବଟାରେ ତିଆରି ହେଇଥିବା ମିଠା ଦିଆଯାଇ ନଥିବା ଏକ ଜାତୀୟ ପିଠା —୧. Gruel and unsweetened cake.

[ଦ୍ର—ଏହା ମୃତାହକ୍ରିୟାର ଭୋଜନରେ ଜ୍ଞାତି ଓ କୁଟୁମ୍ବଙ୍କୁ ଅନ୍ନଭୋଜନ ଶେଷରେ ଦିଆଯାଏ]

ପ୍ରାଦେ (ପୁରୀ) ବି. —

ବିବାହ ଉତ୍ସବରେ ପୁଅ ବିଭା ହେବାକୁ କନ୍ୟାଘରକୁ ଗଲା ପରେ ପୁତ୍ରର ଜନନୀ ଆତ୍ମୀୟସ୍ବଜନରମଣୀ ମାନଙ୍କୁ ଓ ପ୍ରତିବେଶିନୀମାନଙ୍କୁ ନିମନ୍ତ୍ରଣ କରି ଦେବା ଭୋଜୀ — Feast given to female ralations and neighbours by the mother of the bridegroome after the marriage procession starts from the bride's house.