ଶବ୍ଦାର୍ଥ:

କ୍ଷିରକୋଳି
ଉଚ୍ଚାରଣ: Kshirakoḻi
ক্ষীরনী खीरनि

ଦେ. ବି. (ସଂ. କ୍ଷୀରୀ) —

୧: ଏକଜାତୀୟ କାଠଗଛ — ୧. Mimusops Hexandra (tree).

[ଦ୍ର—ବଉଳ ଜାତୀୟ କୋଳିଗଛ ଏହାର ପତ୍ର ଚକା, ଫୁଲ ଛୋଟ, ପତ୍ର ଅପାଣ୍ଡୁର, ଫଳ ଏକ ଇଞ୍ଚ ଲମ୍ବ ଓ ଲିମ୍ବ— କୋଳିପରି ଫଳ ଭିତରେ ଗୋଟିଏ ବଡ଼ ମଞ୍ଜି ଥାଏ ଏହାର କୋଳି ପାଚିଲେ ଲୋକେ ଖାଆନ୍ତି; ଏହାର କାଠ ଖୁବ୍ ଟାଣୁଆ ଓ ପାଲିଶ୍ ହୁଏ]

୨: ଏକ ଜାତୀୟ କଣ୍ଟା ବୁଦାଳିଆ ଗୁଳ୍ମ — ୨. A kind of thorny plant with juicy berries found in the jungle in small groves.

[ଦ୍ର—ଏଥିରେ ପତ୍ର ଛୋଟ, ଗୋଲ ଓ ମୋଟା, ଏହାର ଫୁଲ ଧଳା, ଚାରି ପାଖୁଡ଼ିଆ ଓ ସୁବାସ ଏଥିରେ ଏକ ଜାତୀୟ କୋଳି ଧରେ ଓ କୋଳି ପାଚିଲେ ନାଲି ହୁଏ ଏବଂ ସେଥିରୁ ଦୁଧ ଭଳିଆ ମିଠା ରସ ବାହାରେ, ତାକୁ ଖାଆନ୍ତି]

୩: ଆଉ ଜାତିଏ ଲଟାଳିଆ କଣ୍ଟକୀ ଗୁଳ୍ମ ଭୁଇଁରେ ମାଡ଼େ କୋଳି ପାଚିଲେ କାଳିଆ ଦିଶେ ଏହାକୁ ମଧ୍ୟ ଖାଆନ୍ତି —୩. A kind of thorny busy.