ଶବ୍ଦାର୍ଥ:

କ୍ଷୟାତିଥି
ଉଚ୍ଚାରଣ: Kshayātithi

ଦେ. ବି. (ସଂ. କ୍ଷୟତିଥି) —

(ଜ୍ଯୋତିଷ) ସୌରମାନ ମାସ ସଙ୍ଗେ ଚାନ୍ଦ୍ରମାନ ମାସର ଗଣନାର ସାମ୍ୟ ରକ୍ଷା କରିବା ସକାଶେ ଯେଉଁ ତିଥି ତହିର ପୂର୍ବ ତିଥି ସଙ୍ଗେ ଏକ ଦିନ ମଧ୍ୟରେ ଗଣନା କରାଯାଏ — (astronomy) A lunar day which is excluded from successive computation of tithis for the adjustment of the lunar and the solar calendars.

[ଦ୍ର—ସୂର୍ଯ୍ୟ ଠିକ୍ ୨୪: ଘଣ୍ଟାରେ ପୃଥିବୀକୁ ଥରେ ବିଲି ଆସନ୍ତି ଚନ୍ଦ୍ର ଥରେ ପୃଥିବୀକୁ ବୁଲିବାକୁ ୨୩: ଘଣ୍ଟା ୩୬: ମିନିଟ୍ ଲାଗେ ୧: ସୌରମାସ ୩: ସାବନ ଦିନ ଓ ୧: ଚାନ୍ଦ୍ର ମାସ—

୨୯. ୫୧୨: ଦିନ ବା ସୌର ଦିବସ=୩: ତିଥି ସୌର ମାସଠାରୁ ଚାନ୍ଦ୍ର ମାସ ୪୮୮: ଦିନ ବା ୧୧: ଘଣ୍ଟା ୧୩: ମିନିଟ୍ କମ୍ ଚାନ୍ଦ୍ର ତିଥି ଓ ସୌର ଦିନମଧ୍ୟରେ ଏହ ପାର୍ଥ୍ୟକକୁ ମିଳାଇବା ପାଇଁ ୬୨: ଦିନ ଅନ୍ତରରେ ଗୋଟିଏ କ୍ଷୟାତିଥି ଗଣନା କରାଯାଏ, ଅର୍ଥାତ୍ ଗୋଟିଏ ତିଥି ଛାଡ଼ି ଦିଆଯାଏ ଏହି କଟାଯିବା ବା ଗଣନା କରା ନ ଯିବା ତିଥିକୁ କ୍ଷୟାତିଥି ବୋଲାଯାଏ ଆଜି ଦ୍ବିତୀଆ ହେଲା, କାଲି ଦିନ— ହିସାବରେ ତୃତୀୟା ତିଥି ହୁଅନ୍ତା; କିନ୍ତୁ ତୃତୀୟାକୁ କ୍ଷୟାତିଥି କଲେ କାଲି ତୃତୀୟା ନ ହୋଇ ଚତୁର୍ଥୀ ହେବ ପ୍ରତି ବାଆଷଠି ଦିନରେ ଗୋଟିଏ ତିଥି ଗଣା ନ ଯାଇ ଛଡ଼ାଯିବାରୁ ତିଥିସଂଖ୍ୟା ଓ ଦିନ— ସଂଖ୍ୟାମଧ୍ୟରେ ସମତା ରଖା କରାଯାଏ ଯୋଗେଶ୍ଚନ୍ଦ୍ର. ଆମାଦେର ଜ୍ଯୋତିଷ ଓ ଜ୍ଯୋତିଷୀ]