ଶବ୍ଦାର୍ଥ:
କ୍ଷତଜ — ଉଚ୍ଚାରଣ: Kshataja
ସଂ. ବି. (କ୍ଷତ+ଜନ ଧାତୁ+ଅ) —
୧: ରୁଧିର; ରକ୍ତ — Blood.
ବହିବାର କ୍ଷତଜଟି ନୀର ହୋଇ ଭଞ୍ଜ. ବୈଦେହୀଶବିଳାସ
୨: ପୂଜ —୨. Pus.
ସଂ. ବିଣ. —
ଆଘାତରୁ ଜାତ —Due to wounds; resulting from wounds.