ଶବ୍ଦାର୍ଥ:

କୋଣ
ଉଚ୍ଚାରଣ: Koṇa

ସଂ. ବି. (କୁଣ୍ ଧାତୁ=ଶବ୍ଦ କରିବା+ଅଧିକରଣେ. ଅ) —

୧: କୌଣସି ବସ୍ତୁର ଦୁଇ ପାଖର ଯୋଡ଼ ସ୍ଥାନ — ୧. Corner.

ପଦ ନଖ କୋଣ କଣକୁ ରସବତୀ ମଣି ପଣକୁ ସାଧାରଣେତର ଗୁଣକୁ ବରନି ପାରିବେ ନାହିଁ ଊଶନା କବିସୂର୍ଯ୍ୟ. ସଂଙ୍ଗୀତ

୨: (ଜ୍ୟାମିତି) ଦୁଇ ଅସମାନ୍ତର ରେଖା ମିଳିତ ହେବାର ବିନ୍ଦୁ —୨. (Geometry) Angle.

[ଦ୍ର—ଦୁଇଟି ଅସମାନ୍ତର ରେଖା ଭିନ୍ନ ଭିନ୍ନ ସ୍ଥାନରୁ ଏକଦିଗକୁ ଗତି କରୁ କରୁ ଯେଉଁଠାରେ ମିଳିତ ହୁଅନ୍ତି ସେହି ଅବନତିକୁ କୋଣ ବୋଲାଯାଏ ଜ୍ୟାମିତିକ ଭାଷାରେ ଦୁଇ ରେଖାର ବିପରୀତ ବିନ୍ଦୁ ଦ୍ବୟରେ ଓ ମିଳନ ବିନ୍ଦୁରେ ତିନୋଟି ଅକ୍ଷର ଦେଇ ଉକ୍ତ ତିନି ଅକ୍ଷର ଦ୍ବାରା କୋଣ ଚିହ୍ନିତ କରାଯାଏ, ଯଥା—/?/କ ଖ ଗ ଏଠାରେ ଖ ଅକ୍ଷରଠାରେ କୋଣ ଅବସ୍ଥିତ ଦୁଇଟି ଅସମାନ୍ତର ରେଖା ମିଳିଗଲା ପରେ ସେ ଦୁହିଁଙ୍କୁ ବିପରୀତ ଦିଗକୁ ବଢାଇଲେ ମିଳନ ବିନ୍ଦୁର ଚତୁର୍ଦ୍ଦିଗରେ ସର୍ବସୁଦ୍ଧା ଚାରୋଟି ସମକୋଣ ବା ୪: x ୯: = ୩୬: ଡିଗ୍ରୀ ହୁଏ କୋଣମାନ ତିନି ପ୍ରକାର ଗୋଟିଏ ରେଖା ଅନ୍ୟ ରେଖାକୁ ସିଧା ଲମ୍ବଭାବରେ କାଟିଲେ କେନ୍ଦ୍ର ସ୍ଥଳରେ ଚାରୋଟି ସମକୋଣ ହୁଏ; ଯଥା +; ରେଖା ଦ୍ବୟ ପରସ୍ପରକୁ ତେରଛେଇ କରି କାଟିଲେ ଯୋଡ଼ିଏ ବିପରୀତ ଦିଗରେ ସୂକ୍ଷ୍ମକୋଣ ହୁଏ ଓ ଦୁଇଟି ବିପରୀତ ଦିଗରେ ସ୍ଥୂଳ କୋଣ ହୁଏ ସୂକ୍ଷ୍ମକୋଣ ସମକୋଣଠାରୁ କ୍ଷୁଦ୍ର; ସ୍ତୁଳକୋଣ ସମକୋଣଠାରୁ ବଡ଼ ସମକୋଣର ପରିମାଣ ୯: ଡ଼ିଗ୍ରୀ]

୩: ଜଗତରେ ଚାରି କୋଣ (ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ) ର ମଧ୍ୟବର୍ତ୍ତୀ ଦିଗ; ବିଦିଗ — ୩. The intermediate points of the compass.

[ଦ୍ର—କୋଣ ବା ବିଦିଗ ଚାରୋଟି; ଯଥା—୧: . ପୂର୍ବଦିଗ ଓ ଦକ୍ଷିଣଦିଗର ମଧ୍ୟରେ ଅଗ୍ନିକୋଣ; ୨: . ଦକ୍ଷିଣ ଓ ପଶ୍ଚିମ ମଧ୍ୟରେ ନୌର୍ଋତ କୋଣ; ୩: . ପଶ୍ଚିମ ଓ ଉତ୍ତର ମଧ୍ୟରେ ବାଯୁ କୋଣ; ୪: . ଉତ୍ତର ଓ ପୂର୍ବ ମଧ୍ୟରେ ଈଶାନ କୋଣ]

୪: (+ କରଣ. ଅ) ଅସ୍ତ୍ରର ଦାଢ଼ — ୪. The edge of a weapon or instrument.

୫: ବାଡ଼ି; ଲଗୁଡ଼ — ୫. Stick; cudgel; club.

୬: ବାଇଦ ବଜାଇବା ପାଇଁ ବ୍ୟବହୃତ କାଠି — ୬. A drum-stick.

୭: ବୀଣା, ବେହେଲା ଆଦି ବଜାଇବାର ଦଣ୍ଡ ବା ଛଡ଼ି; କମାଣି —୭. Fiddle-stick.

୮: (+କର୍ତ୍ତୃ. ଅ) ମଙ୍ଗଳ ଗ୍ରହ — ୮. The planet Mars.

୯: ଶନିଗ୍ରହ —୯. The planet Saturn.

୧: ବାଦ୍ୟୟନ୍ତ୍ରବିଶେଷ; ଢ଼ୋଲ; ଖଞ୍ଜଣୀ — ୧୦. A sort of musical instrument; drum.