ଶବ୍ଦାର୍ଥ:

କି
ଉଚ୍ଚାରଣ: Ki
কি क्या

ଦେ. ସର୍ବନାମ. ବିଣ. (ସଂ. କିମ୍) —

୧: (ପ୍ରଶ୍ନାର୍ଥକ) କଅଣ; କେଉଁ; କିସ — ୧. (Interrogatory) What; which.

ଚିହ୍ନିକି ଲାଞ୍ଚନ ସତେ, ଚାମରଚିକଲା ମତେ. ଚହକାଇ ପଚାରିଲୁ କହ କବିସୂର୍ଯ୍ୟ. କିଶୋରୀ ଚନ୍ଦ୍ରାନନ୍ଦଚମ୍ପୁ ଗୀତ

୨: ଅନିର୍ବଚନୀୟ —୨. Unspeakable.

ଖେଳଲୋଳ ଖଞ୍ଜନାକ୍ଷି କି ସାହସ କଲୁ ରେ କବିସୂର୍ଯ୍ୟ. କିଶୋରଚମ୍ପୁ. ଚ. ଗାତ

ବିଣ. ର. ବିଣ —

କେଡ଼େ —How much.

ଫୁଲମଲ୍ଲୀହାସିରେ, ସତେ ତୁ କି ସାହସୀରେ କବିସୂର୍ଯ୍ୟ. ସଙ୍ଗାତ

ଦେ. ଅ —

୧: (ଡ଼ାକିବା ଲୋକକୁ ଉତ୍ତର)—କାହିଁକି ଡ଼ାକୁଛୁ — ୧. (in reply to a person calling) What! why are you calling me.

୨: (କ୍ରିୟାପରେ) ପ୍ରାଶ୍ନାର୍ଥକ; ବିତର୍କ — ୨. (used after a verb) Interrogative.

ନେଲା କେ ତା ହରି କି ରେ ଯାଏ କିଛି ସରି କିରେ କବିସୂର୍ଯ୍ୟ. କିଶୋରୀଚମ୍ପୁ. ଚ ଗୀତ

୩: (ଅବଧାରଣାର୍ଥ) ଟି; ହିଁ; ନିଶ୍ଚେଁ —୩. Certainly.

ଚାତୁର୍ୟ୍ୟ କୃପାଳୁ ଗୁଣନିଧି ରଖିଲୁକି ପ୍ରାଣ କବିସୂର୍ଯ୍ୟ. କିଶୋରୀ ଚମ୍ପୁ. ଚ ଗୀତ

୪: କିମ୍ବା; କିବା; ଅବା; ବା —୪. Whether; or.

୫: (ବିତର୍କାର୍ଥ) ପରି; ପ୍ରକାରେ; ସତେ ଯେପରି ମତେ ଲାଗୁଛି —୫. As if; methinks.

୬: (ବିସ୍ମୟାର୍ଥକ) ଓଃ —୬. (Wonder) What !

୭: (ଖେଦାର୍ଥକ)—କେଡ଼େ କଥା ! — ୭. (in sorrow) What !

୮: (ଅମୁକ) ଆଡ଼କୁ; ଦିଗକୁ —୧. Towards.

(ଯଥା—ଏଣିକି, ତେଣିକି, ଯେଣିକି)

ଦେ. ପ୍ରତ୍ୟୟ —

୧: ୨: ୟା ବିଭକ୍ତିର ଚିହ୍ନ 'କୁ' ବା 'ପ୍ରତି' ସ୍ଥାନରେ — ୧. Inflexion used in some cases after nouns and pronouns ending in the sound 'i'.

ପିନ୍ଧଣଛନ୍ତି ଯେଉଁ ବସନ ଖଣ୍ଡିକି ନିନ୍ଦୁଅଛି ଜ୍ଯୋତିରେ ସେ କଳା ହାଣ୍ଡିକି କୃଷ୍ଣସିଂହ. ମହାଭାରତ. ବନ

୨: (୪: ର୍ଥୀ ବିଭକ୍ତିରେ ଚିହ୍ନ 'କୁ' ସ୍ଥାନରେ) ନିମିତ୍ତ ବା ସକାଶେ — ୨. For.

ଇହ ଲୋକ ପାଇଲେ ଲୋକର ପରଲୋକ ହେଉଛି ଏଥିକି କରିବା କେତେ ଶୋକ କୃଷ୍ଣସିଂହ. ମହାଭାରତ. ଭୀଷ୍ମ

[ଦ୍ର—ଇକାରାନ୍ତ ଶବ୍ଦମାନଙ୍କ ପରେ 'କୁ' ସ୍ଥଳରେ ବିକଳ୍ପେ 'କି' ହୁଏ ଯଥା ଏଣିକି, ଏଣିକୁ; ଗାଈକି, ଗାଈକୁ]

୩: (୫: ମୀ ବିଭକ୍ତି ଚିହ୍ନ 'ଠୁଁ' ବା 'ଠାରୁ' ସ୍ଥାନରେ) ତୁଳନାରେ — ୩. In comparision with; when compared with.

ଭୋଗ ଅଳଙ୍କାର ଭୋଜନ ଧନ ଧାନ୍ୟ ରତିକି ଊଣା କରି ମଣନ୍ତି ସ୍ତ୍ରୀଜନ କୃଷ୍ଣସିଂହ. ମହାଭାରତ. ଅନୁଶାସନ

ଗ୍ରା ଓ ପ୍ରାଦେ. (କଟକ ସହର) ସମାପିକା କ୍ରି —

(ଅନ୍ୟ କ୍ରିୟା ଅସମାପିକାରୂପେ ପରେ ବ୍ୟବହୃତ) କରି; ଅମୂକ କ୍ରିୟା ସମ୍ପାଦନ କରି —(used after the present participle of an incomplete verb) After doing some act.

(ଯଥା—ମୁଁ ଖାଇବି ୟିବି=ମୁଁ ଖାଇ କରି ୟିବି)

ବୈଦେ. ବି. (ଇଂ) —

୧: ଚାବି କାଠି —୧. Key.

୨: ଅର୍ଥ ପୁସ୍ତକ —୨. Key book.