ଶବ୍ଦାର୍ଥ:
କାରଣାଭାବ — ଉଚ୍ଚାରଣ: Kāraṇābhāba
ସଂ. ବି. (୬: ଷଷ୍ଠୀ ତତ୍; କାରଣ+ ଅଭାବ) —
ମୂଳ କାରଣର ଅନୁପସ୍ଥିତି — Absence of a cause.
ଦେ. (କଚିରିଆ) ବି —
ଦାଏର ହୋଇଥିବା ମକଦ୍ଦମା ଦାଏର୍ କରିବା ପାଇଁ ଆଇନସଙ୍ଗତ କାରଣର ଅଭାବ — Want of cause of action in a suit.