ଶବ୍ଦାର୍ଥ:

କାରଣ
ଉଚ୍ଚାରଣ: Kāraḍa

ସଂ. ବି. (କୃ ଧାତୁ ଣିଜନ୍ତି= କାରି ଧାତୁ+କରଣ. ଅନ) —

୧: କାର୍ଯ୍ୟରେ ହେତୁ; ନିମିତ୍ତ — ୧. Cause; reason; occasion; antecedent.

ସମ୍ପତ୍ତି ସରିଲା ସେ କାରଣ ନ ପାଇଲେ ସାରଳା. ମହାଭାରତ. ଉଦ୍ଯୋଗ

[ଦ୍ର- ନ୍ୟାୟ ମତରେ କୌଣସି କାର୍ଯ୍ୟରେ ହେତୁ ବା କାରଣ ତିନି ପ୍ରକାର; ନିମିତ୍ତ କାରଣ, ସମବାୟୀ କରାଣ ଓ ଅସମବାୟୀ କାରଣ]

୨: ମୂଳବୀଜ; ମୂଳ ୟାହା ହେତୁରୁ କାର୍ଯ୍ୟ ଉତ୍ପନ୍ନ ହୁଏ — ୨. Root; cause; root.

୩: ଉଦ୍ଦେଶ୍ୟ —୩. Motive; object.

୪: ପ୍ରଯୋଜନ; ଆବଶ୍ୟକତା —୪. Necessity.

ସଂସାର କାରଣେ ଜନେ ପୁରାଣରେ କହି ବିଷ୍ଣୁକେଶରୀପୁରାଣ

୫: (+କରଣ. ଅନ)-ଇନ୍ଦ୍ରିୟ — ୫. Sense of action or perception.

୬: ଦେହ —୬. Body.

୭: (କୃ ଧାତୁ+ଭାବ. ଅନ)—ବଧ — ୭. Killing; murder.

୮: (+ଭାବ. ଅନ)—ସର୍ଜ୍ଜନ —୮. Creation.

ତନୟ କାରଣ ଅର୍ଥେ ସ୍ବାମୀକୁ ଜଣାଇ ମହାଦେବ. ବିଷ୍ଣୁକେଶରୀପୁରାଣ

୯: ଗୀତବିଶେଷ (ଜ୍ଞାନନ୍ଦ୍ରେ) —୯. A kind of song.

୧: ବାଦ୍ୟବିଶେଷ (ଜ୍ଞାନେନ୍ଦ୍ର) — ୧୦. A kind of musical instrument.

୧୧: ଉପାଦାନ; ଉପକରଣ — ୧୧. Material; element.

୧୨: ୟନ୍ତ୍ରାଦି —୧୨. Instruments.

୧୩: (କରଣ+ଅ)—କରଣ ବା କାୟସ୍ଥ ସମୂହ — ୧୩. A number of Karaṇas or Kāyasthas (M.W.)

୧୪: ପ୍ରମାଣ —୧୪. Prof; that on which an opinion or judgment is founded (M.W.)

୧୫: ପିତା —୧୫. Father (Wilson)

୧୬: ଦେବତା —୧୬. Deity (Wilson)

ସଂ. ବିଣ —

୧: ସ୍ରଷ୍ଟା; ସୃଷ୍ଟିକର୍ତ୍ତା —୧. Creating.

ଏଣୁ ଧରଣୀରେ କାରଣ ଯେ ତୁମ୍ଭେ ବିଷ୍ଣୁକେଶରୀପୁରାଣ

୨: କୌଣସି କାର୍ଯ୍ୟକାରକ; କାରୀ —୨. Doing.

ପଦ୍ମଚରଣ ମୋର ଶରଣ ରଙ୍ଗ ହେବି ଭଞ୍ଜ ପ୍ରେମସୁଧାନିଧି

ଦେ. ବି —

୧: ମୁକ୍ତି; ନିଷ୍ପତ୍ତି —୧. Deliverance.

ଦରଶନେ ବେନି ଜନ ମାଗିଲେ କାରଣ ବିଷ୍ଣୁକେଶରୀ ପୁରାଣ

୨: ମୋକ୍ଷ —୨. Salvation.

ପ୍ରାଣୀଙ୍କର କାରଣ ସେହି ସେ ଅଟଇ କୃଷ୍ଣସିଂହ. ମହାଭାରତ. ଆଦି

কারণ रापण

୩: ସାଧନ —୩. Performance.

କୂର୍ମ ଯେସନେକ ନିଜ ଅଙ୍ଗ, ଅଙ୍ଗ କାଢ଼ି କାର୍ଯ୍ୟ କାରଣ କାଳେ ତା ଦେଉଥାଏ ବାଢ଼ି ମହାଦେବ. ବିଷ୍ଣକେଶରୀପୁରାଣ

୪: ବ୍ୟବହାର —୪. Use; utility.

୫: ପ୍ରତିକାର —୫. Remedy; redress.

ଦେଖ ମୋହର ଚିତ୍ରପଣ କରିବି ଏଥିରେ କାରଣ-ଜଗନ୍ନାଥ. ଭାଗବତ

୬: ଫଳ; ସଫଳତା; ଇଦ୍ଦେଶ୍ୟସିଦ୍ଦି —୬. Fruition; success; fulfilment of desire.

କର୍ମ କରୁଁ କରୁଁ ନୋହିଳେ କାରଣ କୃଷ୍ଣସିଂହ. ମହାଭାରତ. ବନ

୭: ଉପାୟ —୭. Means; expedient.

ଯେଉଁ ଜୀବଟିକି ଦେଖନ୍ତି ସେ ରାଜନ ତାହାକୁ ପଚାରନ୍ତି ତହିଁକି କାରଣ କୃଷ୍ଣସିଂହ. ମହାଭାରତ. ଶାନ୍ତି

୮: (କଚିରିଆ) ଦେବାନି ମକଦ୍ଦମା ଦାଏର ହେବାର ନ୍ୟାୟସଙ୍ଗତ କାରଣ — ୮. Cause action for filing a civil suit.

୯: (କଚିରିଆ) ଯେଉଁ ଘଟଣାବଳିରୁ ମୁଦେଇ ଫଉଜ— ଦାରି ମକଦ୍ଦମା ଦାଏର୍ କରିବାକୁ ବାଧ୍ୟ ହୋଇଅଛି — ୯. The cause or occasion which leads a complainant to file a complaint in a criminal case.

ଦେ. ବିଣ. (ପ୍ରାଚୀନ ପଦ୍ୟ) —

୧: ମୁକ୍ତ —୧. Released.

ହେବି କାରଣ ବୋଲି କ୍ରିରତ୍ତ ବାହୁଡ଼ିଲେ ସାରଳା, ମହାଭାରତ. ବିରାଟ

୨: ଶ୍ରେଷ୍ଠ —୨. Chief; excellent.

ଏତିନି ମଧ୍ଯେ ଯେ କାରଣ ସେ ଆମ୍ବ ୟଜ୍ଞରେ ବରଣ ଜଗନ୍ନାଥ, ଭାଗବତ

୩: ମୋକ୍ଷପ୍ରାପ୍ତ —୩. Delivered; emancipated.

ମୋହର ପିତୃଙ୍କୁ ମୁଁ କାରଣ କରିବି ସାରଳା. ମହାଭାରତ. ଉଦ୍ଗୋଗ

୪: ପ୍ରତିକାରକର୍ତ୍ତା —୪. Redresing.

ଆମ୍ଭେମାନେ କାରଣହିଁ ସକଳ କଥାକୁ ମହାଦେବ. ବିଷ୍ଣୁକେଶରୀ ପୁରାଣ

ଦେ. ଅବ୍ୟୟ (ସଂ. କାରଣାତ୍) —

୧: ଯେହେତୁ — ୧. (conjunction) Because; whereas.

୨: (ଅମୁକ) କାରଣରୁ; ହେତୁରୁ; ଯୋଗୁଁ — ୨. Because of; owing to.

୩: ପାଇଁ —୩. For.