କାଚ
କାଚ —
ଉଚ୍ଚାରଣ: Kācha
কাচ
काँच
ସଂ. ବି. (କଚଁ ଧାତୁ=ଚକ୍ଚକ୍ କରିବା; ବନ୍ଧନ କରିବା+କରଣ. ଅ) —
୧: ବାଲି ଓ କ୍ଷାରରୁ ଅଗ୍ନିସଂଯୋଗରେ ଉତ୍ପନ୍ନ ସ୍ଵଚ୍ଛ ଦ୍ରବ୍ୟ —୧. Glass; crystal.
୨: କାଚମଣି; ମଣିବିଶେଷ — ୨. Name of a transparent stone; crystals of quartz.
[ଦ୍ର—ଭାବପ୍ରକାଶ ଗ୍ରନ୍ଥରେ କାଚକୁ ଉପରତ୍ନ ବୋଲାଯାଇଅଛି ପ୍ରାଚୀନ ଭାରତୀୟ ହିନ୍ଦୁମାନେ କାଚ ସମ୍ବନ୍ଧରେ ଅନଭିଜ୍ଞ ନ ଥିଲେ ଅନ୍ତତଃ ୩୦୦୦ ବର୍ଷ ପୂର୍ବେ ହିନ୍ଦୁମାନେ କାଚର ବ୍ୟବହାର ଜାଣିଥିଲେ ପଞ୍ଚତନ୍ତ୍ରରେ ଅଛି, '(୧) କାଚଃ କାଞ୍ଚନସଂସର୍ଗାଦ୍ଧତ୍ତେ ମାରକତୀଂ ଦ୍ୟୁତିଂ; (୨) ଆକରେ ପଦ୍ମରାଗାଣାଂ ଜନ୍ମ କାଚମଣେଃ କୁତଃ' (୩) ସୁଶ୍ରୁତନାମକ ବୈଦ୍ୟକଗ୍ରନ୍ଥରେ ଜଳ, ସରବତ୍ ଓ ମଦ୍ୟାଦି ମୃଣ୍ମୟପାତ୍ର, କାଚପାତ୍ର ଓ ସ୍ଫଟିକପାତ୍ରରେ ଦେବାର ଉପଦେଶ ଅଛି କାଚ କ୍ଷାର ବା ପାଉଁଶରୁ ପ୍ରସ୍ତୁତ ହେଉଥିବାର ମଧ୍ୟ ପ୍ରମାଣ ମିଳେ 'ମେଦିନୀ' ନାମକ ଶଦ୍ଦକୋଷରେ ଲେଖା ଅଛି, 'ଲବଣ ଓ କାଚ' ଅର୍ଥରେ କ୍ଷାର ଶଦ୍ଦ ପୁଂଲିଙ୍ଗ ଚନ୍ଦ୍ରଗୁପ୍ତଙ୍କ ସମ— ସାମୟିକ ବାତ୍ସ୍ୟାୟନ ମୁନିଙ୍କର ନ୍ୟାୟସୂତ୍ରର ବ୍ୟାଖ୍ୟାରେ ମଧ୍ୟ 'କାଚ'ର ଉଲ୍ଲେଖ ଅଛି]
୩: ନେତ୍ରରୋଗବିଶେଷ; ପରଳ ରୋଗ — ୩. A disease of the eye.
୪: ମହମ; ମହଣ —୪. Wax.
୫: କୃଷ୍ଣବର୍ଣ୍ଣ ଲବଣ —୫. Black salt.
୬: ଶିକ୍ୟ; ଶିକା — ୬. A contrivance of ropes for suspending things from a thatch or roof.
ଦେ. ବି. —
୧: ସ୍ତ୍ରୀଲୋକ ହାତରେ ପିନ୍ଧିବା କାଚନିର୍ମିତ ଶଙ୍ଖା — ୧. Glass bangle.
୨: ସ୍ତ୍ରୀଲୋକମାନେ ହାତରେ ପିନ୍ଧିବା ଧାତୁର ସରୁ ଅଳଙ୍କାର — ୨. Bangle.
ପ୍ରାଦେ. (ଗଞ୍ଜାମ) ବି. —
କାଚକୁମ୍ପି; ବୋତଲ —Bottle.
ପ୍ରାଦେ. (ସମ୍ବଲପୁର) ବି. —
ଦେବତାଙ୍କ କର୍ମରେ ବ୍ୟବହୃତ ସାନ କରିଆ ଲୁଗା — A small cloth for an idol.