ଶବ୍ଦାର୍ଥ:

କଳସ
ଉଚ୍ଚାରଣ: Kaḻasa

ସଂ. ବି. (କ=ଜଳ+ବସ୍ ଧାତୁ=କ୍ରୀଡ଼ା କରିବା+ ଅଧିକରଣ. ଅ) —

୧: ଜଳପାତ୍ର; ଘଡ଼ା; ମାଠିଆ; କୁମ୍ଭ — ୧. Water-jar; a narrow mouthed waterpot.

[ଦ୍ର—ତନ୍ତ୍ର ଅନୁସାରେ କଳସର ବ୍ୟାସ ୫: ଆଙ୍ଗୁଳ, ଉଚ୍ଚ ୧୩: ଆଙ୍ଗୁଳି ଓ ମୁହଁ ୮: ଆଙ୍ଗୁଳି ହେବା ଉଚିତ ହିନ୍ଦି ଶବ୍ଦସାଗର]

୨: ଦେଉଳର ଗମ୍ବୁଜ ଉପରେ ସ୍ଥାପିତ କୁମ୍ଭାକାର ଅଳଙ୍କାର — ୨. A cupola; an ornamental jar set up on the top of the dome of a temple or building.

୩: ମାଙ୍ଗଳିକ କାର୍ୟ୍ୟରେ ସର୍ବାରମ୍ଭରେ ସ୍ଥାପିତ ହୋଇ ପୂଜା ହେବା ପୂର୍ଣ୍ଣ କୁମ୍ଭ —୩. A water-jar filled up with water and set up in ceremonies and worshipped first.

୪: ଦ୍ରୋଣ ବା ୮: ସେର ପରିମାଣ (ହି. ଶବ୍ଦସାଗର) — ୪. A unit of measure equal to ୮ Seers.

୫: (ନାମ) ୧୫୮: ଶକାବ୍ଦରେ କାଶ୍ମିରରେ ରାଜସ୍ବ କରୁଥିବା ଜଣେ ଅତ୍ୟାଚାରୀ ଓ ପାପୀ ରାଜା — ୫. Name of a king of Kashmere.

[ଦ୍ର—ଏ ଆପଣା ପିତାଙ୍କ ଉପରେ ମଧ୍ୟ ଅତ୍ୟନ୍ତ ଅତ୍ୟାଚାର କରିଥିଲେ ଏବଂ ଆପଣା ଭଗିନୀଙ୍କର ସତୀତ୍ବ ନଷ୍ଟ କରିବାକୁ କୁଣ୍ଠିତ ହୋଇ ନ ଥିଲେ ମନ୍ତ୍ରୀମାନେ ଏହାଙ୍କୁ ସିଂହାସନଚ୍ୟୁତ କରି ଏହାଙ୍କ ପିତାଙ୍କୁ ସିଂହାସନରେ ବସାଇ ଥିଲେ ହି. ଶବ୍ଦସାଗର]

୬: କୋହଳ ମୁନିଙ୍କ ମତରେ ନୃତ୍ୟର ପ୍ରକାରଭେଦ (ହି. ଶବ୍ଦସାଗର) —୬. A kind of dancing.

ଦେ. ବି. (ବଣିଆ ଶବ୍ଦ)

ସୁନା ରୂପାରେ ତିଆରି ଜଳପାତ୍ରବିଶେଷ — A water-vessel made of gold or other metal.