ଶବ୍ଦାର୍ଥ:

କବନ୍ଧ
ଉଚ୍ଚାରଣ: Kabandha

ସଂ. ବି. (କ=ମସ୍ତକ; ଜଳ+ବଧ ଧାତୁ=ବଧ କରିବା କିମ୍ବା ବନ୍ଧ ଧାତୁ=ବନ୍ଧାଇବା+ସଂଜ୍ଞାର୍ଥେ. ଅ) —

୧: ଅଙ୍ଗ ଚାଳନରେ ସମର୍ଥ ମସ୍ତକହୀନ ଦେହ — ୧. Headless trunk which is still capable of moving the limbs.

ରକ୍ତ ମାଂସ କର୍ଦ୍ଦମରେ ଜାଳନ୍ତି କବନ୍ଧ—ସାରଳା, ମହାଭାରତ

[ଦ୍ର—ଯୁଦ୍ଧଭୂମିରେ ଯୁଦ୍ଧକର୍ମରେ ବ୍ୟାପୃତ ବ୍ୟକ୍ତି ମସ୍ତକ ଶତ୍ରୁର ଶସ୍ତ୍ରାଘାତରେ ଛିନ୍ନ ହେଲା ପରେ କେତେକକ୍ଷଣ ପର୍ଯ୍ୟନ୍ତ ଉକ୍ତ ମସ୍ତକହୀନ ଶରୀର ପୂର୍ବ ପରି ଅଙ୍ଗଚାଳନା କରିବାର ଦେଖା ଯାଏ ଏହିପରି ବଳି ଦିଆଯିବା ପଶୁର ମସ୍ତକ ଛିନ୍ନ ହେଲା ପରେ ପଶୁର ଧଡ଼ କିଛିକ୍ଷଣ ପର୍ଯ୍ୟନ୍ତ ହଲଚଲ ହେବାର ମଧ୍ୟ ଦେଖାଯାଏ]

୨: ଯେଉଁ ଦେହରୁ ମସ୍ତକ ପୃଥକ କରାଯାଇଅଛି — ୨. Decapitated trunk.

କବନ୍ଧବନ୍ଧୁର ପଥେ ପୃଥୂଙ୍କ ସଙ୍କେତେ ଆସିଲେ ସୈନ୍ଧବୀ ଚମୁ ମନୋରଥଗତି— ରାଧାନାଥ, ମହାୟାତ୍ରା

୩: (ଜ୍ୟୋତିଷ) ରାହୁ — ୩. (Hindu astronomy) The ascending Node; The Dragon's head.

(ଯଥା—ପୁରାଣ ମତରେ କେତୁ ମସ୍ତକହୀନ କବନ୍ଧ ଅଟେ ଏହାର ମସ୍ତକାଂଶ ରାହୁ ଅଟେ)

୪: ଧୂମକେତୁ — ୪. A comet.

୫: ଜନସ୍ଥାନବାସୀ ମସ୍ତକହୀନ ରାକ୍ଷସବିଶେଷ — ୫. A headless demon who was killed by Rāmachandra.

[ଦ୍ର—ଏ ରାକ୍ଷସଦେବୀଙ୍କ ପୁତ୍ର ଥିଲା; ଇନ୍ଦ୍ର ଏହାକୁ ବଜ୍ର ମାରିବାରୁ ଏହାର ମୁଣ୍ଡଟି ପେଟ ମଧ୍ୟରେ ପଶି ଯାଇଥିଲା ଏ ପୂର୍ବଜନ୍ମରେ ବିଶ୍ବାବସୁ ନାମକ ଗନ୍ଧର୍ବ ଥିଲା ଦଣ୍ଡକାରଣ୍ୟରେ ରାମଚନ୍ଦ୍ରଙ୍କ ସଙ୍ଗେ ଏହାର ଯୁଦ୍ଧ ହେବାରୁ ରାମଚନ୍ଦ୍ର ଏହାର ହାତକୁ କାଟି ଏହାକୁ ଭୂଇଁରେ ଜୀଅନ୍ତା ପୋତି ପଳାଇଥିଲେ]

୬: ଜଳ —୬. Water.

୭: ତୁଣ୍ଡ —୭. Mouth.

୮: ଉଦର —୮. Belly.

୯: ଶିବଙ୍କ ଅବତାରବିଶେଷ; ରୁଦ୍ର — ୯. Rudra, an incarnation of God Ṡiba.

୧: ଗନ୍ଧର୍ବବିଶେଷ (ହି. ଶଦ୍ଦସାଗର) — ୧୦. Name of a Gandharba.

୧୧: ଋଷିବିଶେଷ (ହି. ଶଦ୍ଦସାଗର) — ୧୧. Name of a sage.