ଶବ୍ଦାର୍ଥ:

କପା
ଉଚ୍ଚାରଣ: Kapā
ସଂ. ନାମ—କାର୍ପାସ; କାର୍ପାସୀ;

ସୂତ୍ରପୁଷ୍ପା; ପଟଦ কাপাস कपास; कापास;

रूई; बिनेला ମ. କାପୁସ୍

ତା. ପରୁତ୍ତି

ତେ. ପ୍ରତ୍ତି; ପାଇଡ଼ପ୍ରତି

ଦେ. ବି. (ସଂ. କାର୍ପାସ) —

୧: ତୁଳା —୧. Cotton.

୨: ତୁଳା ଉତ୍ପାଦକ ଗଛ —୨. Cotton tree.

[ଦ୍ର—ଏହା କୃଷିଜାତ ଗୁଳ୍ମ ଓ ତହିଁର ଫଳକୋଷ ମଧ୍ୟସ୍ଥ ସୂକ୍ଷ୍ମ ତନ୍ତୁମୟ ବସ୍ତୁ ଏହା ଅନେକ ପ୍ରକାର; ଏଥିର ଗଛ ବଡ଼ ଓ ସାନ ହୁଏ ଏହାର ଫଳକୋଷ ବା ବକଡ଼ା ଫାଟି ଗଲେ ତହିଁ ମଧ୍ୟରୁ ଫୁଲୁକା ଫୁଲୁକା ସୂକ୍ଷ୍ମତନ୍ତୁଯୁକ୍ତ ଧଳା ପଦାର୍ଥ ବାହାରେ ଏହାକୁ କପା କହନ୍ତି ଓ ତହିଁ ମଧ୍ୟରେ କଳା ମଞ୍ଜି ଥାଏ ଏକଜାତୀୟ କପା ଗଛ ଉଚ୍ଚରେ ପାଞ୍ଚ ଛଅ ହାତ ବଢ଼େ ଓ ବହୁବର୍ଷ ଯାଏ ବଞ୍ଚେ ଅନ୍ୟ ଜାତୀୟ କପା ଗଛ ଉଚ୍ଚରେ ତିନି ଚାରି ହାତ ବଢ଼େ ଓ ଏହା ବର୍ଷଜୀବୀ]

୩: କ୍ଷେତକୁ ପାଣି ବୁହାଇବା ନିମନ୍ତେ ତେଣ୍ଡା ବା ୟନ୍ତାର ଅଳଶିରା ବା ବାହାଲ ଯେଉଁ ଦୋକନା ଖୁଣ୍ଟ ଉପରେ ରହେ; କପକନା —୩. The forked pillar or pillars supporting the hollow cocoanut trunk while irrigating fields.

୪: ସମଯେ ସମଯେ ନଖରେ ଦେଖାଯିବା ଟିପ୍ଟିପ୍ ଧଳାଚିହ୍ନ — ୪. White spots found on finger-nails.

[ଦ୍ର—ଯେଉଁ ଲୋକର ନଖରେ ଏପରି କପା ଫୁଟିବାର ଦେଖାଯାଏ, ଲୋକେ କହନ୍ତି ଯେ, ସେ ବ୍ୟକ୍ତି ଶୀଘ୍ର ନୂଆ ଲୁଗା ପିନ୍ଧିବ ଅର୍ଥାତ୍ ତାହାର ବ୍ରତ ବିବାହ ଆଦି ଉତ୍ସବ ହେବ]