ଶବ୍ଦାର୍ଥ:

କଦଳୀ
ଉଚ୍ଚାରଣ: Kadaḻī
ସଂ. ପର୍ୟ୍ୟାୟ:—

ବାରଣା; ମୋଚା;

ଅମ୍ବୂସାରୀ;

ଅଂଶୁମତ୍ଫଳାଛ

ଦିର୍ଘପତ୍ର; ବୃଷପୁଷ୍ପା;

ରମ୍ଭା; ସ୍ବାଦୂଫଳା;

ସକୃତ୍ଫଳା;

ନିଃସାରି; ବନଲକ୍ଷ୍ମୀ;

ଭାନୂଫଳା;

ଗୁଛଫଳା;

ରୋଚକ; ସୁଫଳା;

ଚର୍ମରାବତି;

ପୁରୁଷେନ୍ଦିୟ

ବାରଣବୁଷା

ବାରବୁଷା

ବାରଣବଲ୍ଲଭା



ସଂ. ବି. (କ=ବାୟୁ + ଦଳ୍ ଧାତୁ = ଦଳିବା+ଅ+ସ୍ତ୍ରୀ. ଈ; ଯେ ବାୟୁକର୍ତ୍ତୁକ ଦଳିତ ହୁଏ) —

୧: ରମ୍ଭାଗଛ

୨: ରମ୍ବାଫଳ

୩: ମୃଗବିଶେଷ; ମୃଗୀବିଶେଷ

୪: ପତାକା

୫: ହସ୍ତୀଉପରେ ବାହିତ ହେବା ନିଶାଣ ଦ୍ର—କଞ୍ଚା ବନ୍ତଳକଦଳୀକୃ ତିଅଣ କରି ଖିଆ ଯାଏ ପାଚିଲା କଦଳୀର ଚୋପା ଛଡ଼ାଇ ଦୂଧସଙ୍ଗେ ଚକଟି ଅମୃତକୁଣ୍ଡ କରି ଖିଆଯାଏ କଦଳୀପତ୍ରକୁ ଭୂମିରେ ପକାଇ ତା ଉପରେ ଭାତ ଖିଆଯାଏ କଦଳୀ ମଞ୍ଜା ଓ ଭଣ୍ଡାକୁ ତିଅଣ କରି ଖିଆଯାଏ କଦଳୀ ବାସୁଙ୍ଗାକୁ ପୋଡ଼ି ସେହି ଖାରରେ ଧୋବାମାନେ ଲୁଗା ସଫା କରନ୍ତି କଦଳୀ ଗଛର କାଟି ୨/୪:ଟି ଏକତ୍ର କରି ଭେଳା କରାଯାଏ କଦଳୀ ପଟୂକାରେ ଫୂଲ— ଆଦି ଗୁନ୍ଥାଯାଏ

କଦଳୀ ଗଛର ପୂଆକୁ ଛଡ଼ାଛଡ଼ା କରି ପୋତିବାକୁ ହୁଏ ଗୋଟିଏ କଦଳୀ ଗଛରୁ ଗୋଟିଏ ମାତ୍ର କାନ୍ଦି ବାହାରେ ଓ ଫଳ ପକ୍ବୂ ହେଲେ ଗଛ ମରିଯାଏ ଏଥିପାଇଁ ପିଲାଏ ନାଆଁ ଦିଆରେ କହନ୍ତି:—

"କଟକରୁ ଅଇଲା ପାଗଳା ଘୋଡ଼ା ଏକା ବିଆଣକେ ହୋଇଲା ବୁଢ଼ା"

ବୈଦ୍ୟଶାସ୍ତ୍ର ଅନୂସୀରେଏହା ମଧୂରରସ, ଶୀତବିର୍ୟ୍ୟ, ବିଷ୍ଟମ୍ଭୀ, କଫଘ୍ନ, ଗୁରୁ, ଓ ସ୍ନିଗ୍ଧ ପାଚିଲା, କଦଳୀ ମଧୂରରସ, ଶୀତବିର୍ୟ୍ୟ, ମଧୂର— ବିପାକ, ଶୂକ୍ରବର୍ଷକ, ପୂଷ୍ଟିକର, ରୂଚିକର ଓ ମାଂସବର୍ଷକ]