ଶବ୍ଦାର୍ଥ:

କଡ଼ି
ଉଚ୍ଚାରଣ: Kaṟḍ̠i
কড়ি कड़ि

ଦେ. ବି. (ସଂ. କାଣ୍ଡ) —

୧: କଡ଼ି କାଠ; କୋଠା କାନ୍ଥରେ ଦିଆୟିବା ଲମ୍ବ କାଠ, ୟାହା ଉପରେ ଛାତ ପଡ଼େ —୧. A beam; joist.

୨: ଦହି ଦ୍ବାରା ପ୍ରସ୍ତୁତ ଖାଦ୍ୟବିଶେଷ — ୨. A liquid curry prepared from curd or butter milk by cooking.

୩: (ସଂ. କଳି)—ଫୁଲର କଢ଼ — ୩. Bud of a flower.

୪: (ଆ. କଡ଼ା)—କଏଦି ଲୋକର ହାତରେ ପକାୟିବା ବେଡ଼ି; ହାତକଡ଼ି —୪. Hand-cuffs put on a prisoner.

୫: (ବଣିଆ ଶବ୍ଦ)—ଛୋଟ ମୁଦିଆ — ୫. A small metal ring.