ଶବ୍ଦାର୍ଥ:

କଟୁଆଳ
ଉଚ୍ଚାରଣ: Kaṭuāḻa
কোতোরাল कातवाल

ଦେ. ବି.—(ସଂ. କୋଟ୍ଟପାଳ) —

୧: ନଗରରକ୍ଷକ ରାଜ— କର୍ମଚାରୀ; ନଗରରକ୍ଷୀ ପ୍ରହରୀ ବା ଜଗୁଆଳି — ୧. A guardsman of the town police.

କଟୁଆଳ ଡ଼କଇଲା ଘେନି ୟାଉ ବୋଇଲା ବିଶ୍ବନାଥ, ବିଚିତ୍ରରାମାୟଣ

୨: ନଗରରକ୍ଷୀ ପ୍ରହରୀମାନଙ୍କ ଅଧ୍ୟକ୍ଷ — ୨. Head of the police, corresponding to the Police Commissioner in presidency towns.

[ଦ୍ର— କାହାଣୀରେ ରାଜା, ମନ୍ତ୍ରୀ, ସାଧବ ଓ କଟୁଆଳ ପ୍ରାୟ ଏହି ଚାରିଜଣଙ୍କ କଥା ପଡ଼େ ରାଜା—ଶାସନକର୍ତ୍ତା, ମନ୍ତ୍ରୀ—ପରାମର୍ଶ— ଦାତା, ସାଧବ—ଧନୀ ଓ ମହାଜନ, କଟୁଆଳ—ରାଜଧାନୀ ରକ୍ଷକ]

ଦେ. ବିଣ.

ଅବାଧ୍ୟ —Unruly; disobedient.