ଶବ୍ଦାର୍ଥ:

କଞ୍ଚି
ଉଚ୍ଚାରଣ: kan̄chi
চাবি कुञ्जि

ବୈଦେ. ବି. (ଫା. କମ୍ଚୀ) (ଏହା ପରେ ସଂସ୍କୃତରେ କଞ୍ଚିକା ଓ କୁଞ୍ଚାକାରୂପ ଧାରଣ କରିଅଛି—ଜ୍ଞାନେନ୍ଦ୍ର ଉଦ୍ଧୃତ ଶଦ୍ଦକଳ୍ପଦ୍ରୁମ ଓ ଶବ୍ଦଚନ୍ଦ୍ରିକା) —

୧: କୋଲପ —୧. Lock.

୨: ଚାବି; କୁ଼ଞ୍ଚି; ଚାବାକାଠୀ —୨. Key.

ସେହି କଞ୍ଚି ସେହି ରତନ ସହିତେ, ସୁଡ଼ଙ୍ଗକୁ ବାଳା ଗଲା ଅଲକ୍ଷିତେ ରାଧାନାଥ, ନନ୍ଧିକେଶରା

୩: ବାହାରୁ କବାଟଛିଦ୍ରରେ ଭିତରପଟର କିଳିଣୀକୁ ଚଳାଇବା ନିମନ୍ତେ ସମକୋଣାକାରେ ତିଆରି ହୋଇଥିବା ଲୁହାକାଠି — ୩. A hooked shaped iron rod for opening and closing a door from outside by thrusting it into the key hole and causing the inner bar to move.

୪: କଞ୍ଛିକା (ଦେଖ) ୪. Kan̄chikā.

ପ୍ରାଦେ (କେନ୍ଦ୍ରାପଡ଼ା)

୫: ଭଜାଭଜି ଖଡ଼ିକା; ଖଇ ଭାଜିବାପାଇଁ ବ୍ୟବହୃତ ଖଡ଼ିକାମୁଠା —୫. Bunch of fibrous ribs of cocoanut leaves used in shaking the grains of paddy while being fried.

[ଦ୍ର —ଚାବିକାଠି ଅର୍ଥରେ 'କଞ୍ଚି' ଶବ୍ଦ ଫା. କମ୍ଚୀ= ବାଉଁଶ— କଣିରୁ ବାହାରିଛି; ଚାବିକାଠି ବାଉଁଶକଣି ପରି ସରୁ ଥିବାରୁ 'କଞ୍ଚି' ନାମ ଦିଆଯାଇଛି]